ରାଜ୍ୟରେ ଦିନକୁ ଦିନ ବଢୁଛି ତାତି; ୭ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍ସିୟସ
ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଦିବା ୧୧ ଟାରେ ହେଲେ ତାତି ସହି ହେଉନି। ରାଜ୍ୟରେ ଆଜି ୭ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍ସିୟସ ବା ତା' ଉପରେ ରେକର୍ଡ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସେହିପରି ୭ ଓ ୮ ତାରିଖ ବେଳକୁ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ରହିଥିବା ବେଳେ କଟକରେ ୩୪.୬, ଅନୁଗୋଳରେ ୩୫.୭ ଓ ବୌଦ୍ଧରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା।
ରାଜ୍ୟରେ ୮ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍ସିୟସ ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ସବୁଠୁ ଅଧିକ ଖରା ହୋଇଛି । ନୟାଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଭବାନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୩୬, ଟିଟିଲାଗଡ଼ରେ ୩୬.୫ ରେକର୍ଡ଼ ହୋଇଛି । ସେହିପରି ମାଲକାନଗିରିରେ ୩୬.୬, ପାରଳାଖେମୁଣ୍ଡିରେ ୩୬.୬ ଓ ଢେଙ୍କାନାଳରେ ୩୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ।
ପରବର୍ତ୍ତୀ ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ତ୍ତମାନ ସମୟରେ ଉଭୟ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।












Click it and Unblock the Notifications