ତାତିରୁ ମିଳୁନି ତ୍ରାହୀ, ଜଳୁଛି ସାରା ରାଜ୍ୟ
ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଜି ମଧ୍ୟ ପରିସ୍ଥିତି ସାଙ୍ଘାତିକ୍ ।
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତିରେ ତ୍ରାହୀ ତ୍ରାହୀ ଡାକୁଛି ସାରା ଓଡିଶା । ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଜି ମଧ୍ୟ ପରିସ୍ଥିତି ସାଙ୍ଘାତିକ୍ ।

ବୌଦ୍ଧ ଜିଲ୍ଲାରେ ଗତକାଲି ସର୍ବାଧିକ ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଛି । ୪୨ ଡିଗ୍ରୀ ଉପରେ ରହିଛି ୬ ସହର। ଝାରସୁଗୁଡ଼ା ୪୨.୮, ବଲାଙ୍ଗିର ୪୨.୫, ସମ୍ବଲପୁର ୪୨.୩, ଅନୁଗୁଳ ୪୨.୧, ଭୁବନେଶ୍ୱର ୩୯.୫, କଟକ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି।
ତେବେ ଆଜି ରାଜ୍ୟରେ କିଛି ସ୍ଥାନରେ କାଳବୈଶାଶୀର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ କେନ୍ଦୁଝରପ, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।












Click it and Unblock the Notifications