Odisha Weather: ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି: ଜଳୁଛି ପଶ୍ଚିମ, ୪୬.୩ ଡିଗ୍ରୀ ସହ ବଲାଙ୍ଗୀର ପାଲଟିଲା ସବୁଠୁ ଉତ୍ତପ୍ତ ସହର

ଅସହ୍ୟ ତାତି । ସହି ହଉନି ଗରମ । ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି । ପଶ୍ଚିମ ଓଡିଶାରେ ବି ସହି ହେଉନି । ଆହୁରି ୪୮ ଘଣ୍ଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ପାଣିମାଗ ବିଭାଗ ।

କେବଳ ଓଡିଶା ନୁହେଁ ତାତିରେ ସନ୍ତୁଳି ହେଉଛି ଉତର ଭାରତ । ଦିଲ୍ଲୀରେ ଆଜି ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଛି । ଉତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ।

୪୬.୩ ଡିଗ୍ରୀ ସହ ବଲାଙ୍ଗୀର ପାଲଟିଲା ସବୁଠୁ ଉତ୍ତପ୍ତ ସହର । ଏହାସହ ୪ଟି ସହରରେ ପାରଦ ୪୬ ଡିଗ୍ରୀ ଛୁଇଁଛି । ୩୧ ପରେ ପାଗରେ ପରିବର୍ତନ ଆସିବ । କିଛିଦିନ ଧରି ତାପାମାତ୍ରା ଖସିବା ପରେ ପୁଣି ବଢିଛି ତାତି ।

ପଶ୍ଚିମଓଡିଶାରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଥିବାବେଳେ ୨ ଦିନହେଲାଣି ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ତା ସହିତ ବାରମ୍ବାର ବିଦ୍ୟୁତକାଟ୍ ସାଧାରଣ ଜୀବନଯାତ୍ରାକୁ ସନ୍ତୁଳି ଦେଇଛି । ପଶ୍ଚିମରେ ଅସମ୍ଭାଳ ତାତି ଆଉ ସହି ହେଉନାହିଁ।

Temperature increasing

ପାଣିପାଗ ବିଭାଗର ଆକଳନ ଅନୁସାରେ ତାତି ସହ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବହ ରହିବ । ବଲଙ୍ଗୀର, ସୋନପୁରଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମପ୍ରବାହ ରହିବ ।
ଅନୁଗୁଳ, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡରେ ଗ୍ରୀଷ୍ମପ୍ରବାହ ରହିବ ।
୩୧ ତାରିଖରୁ କାଳବୈଖାଖୀ ସମ୍ଭାବନା ରହିଛି ।

ତେବେ ଆଗାମୀ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳରେ ଗୁଳୁଗୁଳି ଅସହ୍ୟ ହୋଇଛି ।
ଆଜିର ତାପମାତ୍ର
ବଲାଙ୍ଗିର:୪୬.୩ ଡିଗ୍ରୀ
ସୋନପୁର: ୪୬.୨
ଟିଟଲାଗଡ:୪୬
ଝାରସୁଗୁଡା :୪୬
ସମ୍ବଲପୁର :୪୫.୬
ବୌଦ୍ଧ : ୪୫.୩

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+