ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ; ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ
ପ୍ରବଳ ତାତିରେ ରାଜ୍ୟର ଅଧିକାଂଶ ଅଞ୍ଚଳ। ଆଜି ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଛୁଇଁଛି । ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ । ସେହିପରି ବଲାଙ୍ଗିର ୪୦.୩, ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧ ବି ୪୦ ଡିଗ୍ରୀ । ଭୁବନେଶ୍ୱର ୩୯.୪ ଏବଂ କଟକ ୩୯.୪ ଡିଗ୍ରୀ ତାପମାତ୍ରରେ ପହଁଚିଛି ।

ସେହିପରି ଏପ୍ରିଲରୁ ଜୁନ ମାସ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ତାତି ଅନୁଭୂତ ହେବ । ଏହି ସବୁ ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।
ଭିଡିଓ ମୋଡରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଚଳିତ ଗ୍ରୀଷ୍ମ କେମିତି ରହିବ, ତା'ର ସୂଚନା ଶ୍ରୀ ମହାପାତ୍ର ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରୀୟ, ନର୍ଦ୍ଦନ ଓ ଦକ୍ଷିଣ ଇଣ୍ଡିଆର ଅଧିକାଂଶ ସ୍ଥାନରେ ହିଟ୍ ୱେଭ ୨ରୁ ୮ ଦିନ ଦେଖାଯିବ।












Click it and Unblock the Notifications