ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ
BJD MLA Resigned: ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ଦେଇଥିବା ନେଇ ସୂଚନା ଦେଇଛନ୍ତି ପ୍ରେମାନନ୍ଦ ।

ଆଗକୁ ନିର୍ବାଚନ ଅଛି ଏପରିସ୍ଥିତିରେ ବିଜେଡି ନେତାଙ୍କ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି ? ଏହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଆଗାମୀ ପ୍ଲାନ୍ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି ପ୍ରେମାନନ୍ଦ । ତେବେ ଗତ ୧୨ ଅକ୍ଟୋବର ୨୦୨୩ରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି ।
ନିକଟରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିଲେ ହେଲେ ପ୍ରେମାନନ୍ଦ ଯୋଗ ଦେଇନଥିଲେ । ସେହିପରି କେନ୍ଦୁଝରରରେ ଅନେକ ସମାବେଶରେ କେନ୍ଦୁଝର ଜିଲ୍ଲା ବିଜେଡିର ଅନେକ କର୍ମକର୍ତ୍ତା ଏବଂ ବିଧାୟକ ସାମିଲ ହେଉଥିବା ବେଳେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ସମାବେଶରେ ନଜର ଆସିନଥିଲେ ।












Click it and Unblock the Notifications