Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ତହସିଲଦାର

ଯାଜପୁର ଜିଲ୍ଲା ବିଞ୍ଝାରପୁରର ଭାରପ୍ରାପ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀଙ୍କୁ ଭିଜିଲାନ୍ସ କଟକ ଡିଭିଜନ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ଲିଜଧାରୀଙ୍କ ଜମି ଚିହ୍ନଟ କାର୍ଯ୍ୟକୁ ସହଜ କରିଦେବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଏହା ପରେ ଭିଜିଲାନ୍ସ ପକ୍ଷରୁ ପ୍ରଦୀପ୍ତଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

vigilance

ଏହି ସର୍ଚ୍ଚ ଅପରେସନ ସମୟରେ ପ୍ରଦୀପ୍ତତଙ୍କ ପାଖରୁ ମୋଟ ୫,୦୬,୪୯୦ ଟଙ୍କାର ନଗଦ ଅର୍ଥ ଠାବ କରାଯାଇ ଜବତ କରାଯାଇଥିଲା । ଏହି ବିପୁଳ ଅର୍ଥର ଉତ୍ସ ସମ୍ପର୍କରେ ତହସିଲଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ସେପଟେ ଭିଜିଲାନ୍ସ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଏବଂ ନିବେଶ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି । ପ୍ରଦୀପ୍ତଙ୍କ ନାଁ ରେ ଦୁର୍ନୀତି କରିବା ପୂର୍ଵରୁ ଅନେକ ଅଭିଯୋଗ ଥିଲା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+