ଗଞ୍ଜାମରେ ତହସିଲଦାର-ଆଇନଜୀବୀ ମୁହାଁମୁହିଁ
ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ । ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ ।
ଗଞ୍ଜାମ: ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ । ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ । ଏହି ଜମି ପାଇଁ କେସ୍ ଲଢୁଥିବା ଆଇନଜୀବୀ ଦିଲ୍ଲିପ କୁମାର ପଟ୍ଟନାୟକ ତହସିଲଦାର ସମୟ ଦେଇ ନଥିବାରୁ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ସୂଚନା ମୁତାବକ, ଗଞ୍ଜାମ ବଡ଼ବଜାରଠାରେ କନ୍ଧ ଶତପଥୀ ୭୦ ବର୍ଷ ଧରି ଘର କରି ରହି ଆସୁଥିଲେ। ନିଜ ଘର ପଛପଟେ ଥିବା ସରକାରୀ ଜମିର କିଛି ଅଂଶରେ ସେ ଘର କରି ଦେଇଥିବା ଅଭିଯୋଗ ହୋଇ ଆସୁଥିଲା । ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗତକାଲି ଜେସିବି ମେଶିନ ସହ ନିଜେ ପହଞ୍ଚିଥିଲେ ।
ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେଠାରୁ ପଳାଇଯାଇଥିଲେ ତହସିଲଦାର । ଗଞ୍ଜାମ ତହସିଲଦାରଙ୍କ ଏ ଦବଙ୍ଗଗିରି କିଛି ନୂଆ କଥା ନୁହେଁ । ଦୁଇ ମାସ ତଳେ ସିପାକୁଦା ଗାଁର ଜଣେ ଯୁବକଙ୍କୁ ମାଡ ମାରିବା ନେଇ ତହସିଲଦାରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ, ଯାହା ଏବେ ବିଚାରଧୀନ ଅଛି ।












Click it and Unblock the Notifications