Get Updates
Get notified of breaking news, exclusive insights, and must-see stories!

ପାଣିମାଡ ପରେ ଲୁହବୁହା ଗ୍ୟାସ; ଛତ୍ରଭଙ୍ଗା ଦେଲା ବିଜେଡ଼ି

ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ। ଲୋୟର ପିଏମଜିରେ ଶହଶହ ବିଜେଡି କର୍ମୀ । ବାଲେଶ୍ବର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି ।

ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।ତେବେ ଆନ୍ଦୋଳନ ବେଳେ ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛି । ଆନ୍ଦୋଳନ ବେଳେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଲୋୟର ପିଏମ୍‌ଜିରେ ପ୍ରଥମ ବାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ ।

justice for soumyashri

୮ ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+