ଆଜି ଇନଭେଷ୍ଟର୍ସ ମିଟ୍: ଦୁବାଇ ବୁଲିଲେ ଟିମ ଓଡିଶା

ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ ‌ଶେଷ ହୋଇଛି । ଆଜି ଓଡିଶାର ଏକ ବରିଷ୍ଠ ନେତୃତ୍ୱ ଦଳ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନେତୃତ୍ୱରେ ଦୁବାଇ ମଲ୍ଟି କମୋଡିଟି ସେଣ୍ଟର

ଭୁବନେଶ୍ୱର: ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ ‌ଶେଷ ହୋଇଛି । ଆଜି ଓଡିଶାର ଏକ ବରିଷ୍ଠ ନେତୃତ୍ୱ ଦଳ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନେତୃତ୍ୱରେ ଦୁବାଇ ମଲ୍ଟି କମୋଡିଟି ସେଣ୍ଟର (DMCC) ସହିତ ପରିଚିତ ହେବା ପାଇଁ ପରିଦର୍ଶନ କରିଛନ୍ତି । ମୁଖ୍ୟତଃ ସେବା ଏବଂ ଆର୍ଥିକ କ୍ଷେତ୍ର ଶିଳ୍ପରେ ମୁକ୍ତ ବାଣିଜ୍ୟ କ୍ଷେତ୍ରର ଧାରଣା ବୁଝିବା ପାଇଁ ଟିମ ଓଡିଶା ଏହି ପରିଦର୍ଶନ କରିଛି ।

Investors Meet

ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ। ବିଶେଷ କରି ରାଜ୍ୟର ଯେଉଁ ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିରେ ପୁଞ୍ଜିନିବେଶ କରିବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ। ସେହି କ୍ଷେତ୍ରଗୁଡ଼ିକ ହେଉଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍‌ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍‌ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶ। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଯଥା ଖଣି, ଖଣିଜ, ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଏହି ସମ୍ମିଳନୀରେ ଉଦ୍ୟମ କରାଯିବ।

ୟୁଏଇର ସବୁଠାରୁ ବଡ ମୁକ୍ତ ବାଣିଜ୍ୟ ଜୋନ୍ ମଧ୍ୟରୁ DMCC ହେଉଛି କୃଷିଜାତ ଦ୍ରବ୍ୟ, ଚା, କଫି, ସୁନା, ହୀରା, କ୍ରିପ୍ଟୋକ୍ୟୁରେନ୍ସି ଇତ୍ୟାଦି ପାଇଁ ଜଣାଶୁଣା । ଏଥିସହିତ ଟିମ ଓଡିଶା ଆହୁରି ମଧ୍ୟ ଶାରଜା ବିମାନବନ୍ଦର ଇଣ୍ଟରନ୍ୟାସନାଲ ଫ୍ରି (SAIF) ଜୋନ୍ ଅଥରିଟି ପରିଦର୍ଶନ କରିଛନ୍ତି । କଷ୍ଟମ୍ମୁକ୍ତ ଜୋନ୍ ଏବଂ ଶାରଜା ବିମାନବନ୍ଦର ନିକଟରେ ଥିବା ବିଶ୍ୱ ସ୍ତରୀୟ ଗୋଦାମ ଘର ସୁବିଧା ବିଷୟରେ ପଚାରି ବୁଝିଛନ୍ତି ଟିମ୍ ଓଡିଶା ।

ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା କିମ୍ବା ସ୍ଥାପନ କରିବାକୁ ଯାଉଥିବା ବହୁ ଶିଳ୍ପ ସଂସ୍ଥା ଦୁବାଇ ଗସ୍ତ କରିଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛନ୍ତି ବେଦାନ୍ତ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍, ଇମ୍ଫା, ରୁଚି ମସଲା, ଡିଏନ୍ ଗ୍ରୁପ୍, ଟାଟା ଷ୍ଟିଲ୍, ଟାଟା ଷ୍ଟିଲ୍ ଏସ୍ଇଜେଡ୍, ପାରାଦୀପ ଫସଫେଟ୍ ଲିମିଟେଡ୍ ଓ ଇଣ୍ଡିଆନ ଅଏଲ୍।.

ସୂଚନା‌ଯୋଗ୍ୟ ଯେ କରୋନା ମହାମାରୀ ପ୍ରକୋପରେ ଓଡ଼ିଶାର ପ୍ରମୁଖ ନିବେଶକ ସମ୍ମିଳନୀ 'ମେକ୍ ଇନ୍ ଓଡ଼ିଶା' ଦୁଇ ବର୍ଷ ହେଲା ଆୟୋଜନ ହୋଇପାରୁନଥିଲା। ଏଭଳି ଏକ ସମୟରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ଦୁବାଇରେ ଏକ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ସଫଳତା କାହାଣୀକୁ ନିବେଶକମାନଙ୍କ ସାମ୍ନାରେ ଉପସ୍ଥାପନ କରି ରାଜ୍ୟ ପାଇଁ ବହୁ ମୂଲ୍ୟ ପୁଞ୍ଜିନିବେଶ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ଏହାର ନେତୃତ୍ବ ନେଇଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମହାମାରୀ ପ୍ରଭାବ ସତ୍ତ୍ବେ ଓଡ଼ିଶା ସରକାର ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାରେ ସଫଳ ହୋଇଥିଲେ। ପ୍ରତି ଦୁଇ ବର୍ଷରେ ଥରେ ଭୁ‌ବନେଶ୍ବରରେ ଆୟୋଜନ କରାଯାଉଥିବା ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀର ୨୦୧୮ ସଂସ୍କରଣରେ ସରକାର ୪,୨୦,୦୦୦ ‌କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାରେ ସଫଳ ହୋଇଥିଲେ। ସମ୍ମିଳନୀର ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+