ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତି ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତି ସ୍ବଦେଶ ଫେରିଛି ଟିମ୍ ଇଣ୍ଡିଆ । ଏୟାରପୋର୍ଟରେ ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଅଲଗା ଅଲଗା ମୁମ୍ବାଇ ପହଞ୍ଚିଛନ୍ତି । ସେହିପରି ହେଡ କୋଚ ଗୌତମ ଗମ୍ଭୀର, ହର୍ଷିତ ରାଣା ଦିଲ୍ଲୀ ପହଞ୍ଚିଛନ୍ତି । ଅକ୍ଷୟ ପଟେଲ ଅହମଦାବାଦ ପହଞ୍ଚିଛନ୍ତି । ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଚେନ୍ନାଇ ପହଞ୍ଚିଛନ୍ତି ।
ଭାରତୀୟ ଟିମର କିଛି ଖେଳାଳି ଦୁବାଇରୁ ସିଧା ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଫ୍ଲାଇଟ କିଛି ସମୟ ପୂର୍ବରୁ ମୁମ୍ବାଇରେ ପହଞ୍ଚିଛି । ଭାରତୀୟ ଟିମ୍ Emiratesର ବିମାନ ନମ୍ବର EK 508ରେ ଯାତ୍ରା କରି ମୁମ୍ବାଇରେ ଲ୍ୟାଣ୍ଡ କରିଛନ୍ତି । ମୁମ୍ବାଇର ଛତ୍ରପତି ଶିବାଜୀ ଏୟାରପୋର୍ଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ୟାନ୍ସ ଜୋରଦାର ସ୍ବାଗତ କରିଥିଲେ । ରୋହିତ ବ୍ଲୁ ରଙଗର ଟିସାର୍ଟ, ବ୍ଲୁ କ୍ୟାପ୍ ଏବଂ ବ୍ଲୁ ଜିନ୍ସ ସହିତ ଏୟାରପୋର୍ଟରେ ନଜର ଆସିଛନ୍ତି । ରୋହିତ ଝିଅ ସମାୟରାଙ୍କୁ କୋଳରେ ଧଣି ଚାଲୁଛନ୍ତି । ରୋହିତଙ୍କୁ ଏୟାରପୋର୍ଟରେ ସିଆଇଏସଏଫ ଅଫିସର ଏସକର୍ଟ କରି ନେଉଛନ୍ତି ।

ସେହିପରି ଶ୍ରେୟସ ଆୟରଙ୍କୁ ସ୍ବାଗତ ପାଇଁ ଫ୍ୟାନ୍ସ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ହାର୍ଦ୍ଦିକଙ୍କୁ ମଧ୍ୟ ମୁମ୍ବାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ କରାଯାଇଥିଲା ।
ଦିଲ୍ଲୀ ଏୟାରପୋର୍ଟରେ ଟିମର ହେଡ କୋଚ ଗୌତମ ଗମ୍ଭୀରଙ୍କ ସହ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଫାଇନାଲରେ ୪ ୱିକେଟ ହରାଇ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି । ଏହା ଟିମର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ। ପୂର୍ବରୁ ସେ ୨୦୦୨ ଏବଂ ୨୦୧୩ରେ ଏହି ଟାଇଟଲ ଜିତିଥିଲା । ଚାମ୍ପିଅନ ହେବା ପରେ ଭାରତ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲା । ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଦେବଜିତ ସୌକିୟା ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications