ଛାତ୍ରୀ ଅସଦାଚରଣ ମାମଲାରେ ନିଲମ୍ବିତ ହେଲେ ଶିକ୍ଷକ, କୋର୍ଟ ଚାଲାଣ କଲା ପୋଲିସ

ଛାତ୍ରୀଙ୍କୁ ଅସଦାଚରଣ ମାମଲା ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଏଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ କେନ୍ଦ୍ରାପଡ଼ାଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । ଅଭିଯୋଗ ମୁତାବକ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରପ୍ରସାଦ ମଲ୍ଲିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରି ଆସୁଥିଲେ । ଗତକାଲି ସାତ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସଂପର୍କରେ ଅଭିଯୋଗ ହୋଇଥିଲା । ଜଣେ ଛାତ୍ରୀ କାନ୍ଦିକାନ୍ଦି ଏକଥା ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ।

Teacher suspended

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବୈଠକକୁ ଯାଇଥିବା ପ୍ରଧାନଶିକ୍ଷକଙ୍କୁ ଶିକ୍ଷୟିତ୍ରୀଜଣକ ଏ ନେଇ ଫୋନ୍‌ରେ ଅବଗତ କରିଥିଲେ । ଆଜି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଦୁଇଟି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୋଗ କରିଥିବା ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଯାଇଥିଲା ।
ଛାତ୍ରୀମାନେ ବିଜ୍ଞାନ ଶିକ୍ଷକଙ୍କ ଆଚରଣ ସଂପର୍କରେ କହିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା । ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି । ଆଜି ସପ୍ତମ ଶ୍ରେଣୀର ୭ଜଣ ଓ ନବମ ଶ୍ରେଣୀର ୮ଜଣ ଛାତ୍ରୀ ଏ ନେଇ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ଅଭିଭାବକମାନେ ବି' ପ୍ରଧାନଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପଚରାଉଚରା ବେଳେ ସମସ୍ତଙ୍କ ସମ୍ମୁଖରେ ୫୦ରୁ ଅଧିକ ଛାତ୍ରୀ ସମାନ ଅଭିଯୋଗ ଆଣିଥିଲେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷାରେ ସାର୍‌ ନମ୍ବର କାଟିଦେବେ ଓ ଲୋକଲଜ୍ଜା ଭୟରେ ସେମାନେ ପୂର୍ବରୁ ଲିଖିତ ଅଭିଯୋଗ କରି ନଥିବା କହିଥିଲେ। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇଆଇସି ବିମଲ କୁମାର ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ପୀଡ଼ିତା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇଯାଇଥିଲେ।

ଛାତ୍ରୀମାନେ ବିଜ୍ଞାନ ଶିକ୍ଷକଙ୍କ ଆଚରଣ ସଂପର୍କରେ କହିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ଆଜି ସପ୍ତମ ଶ୍ରେଣୀର ୭ଜଣ ଓ ନବମ ଶ୍ରେଣୀର ୮ଜଣ ଛାତ୍ରୀ ଏ ନେଇ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ଅଭିଭାବକମାନେ ବି' ପ୍ରଧାନଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+