କାଳ ହେଲା ବର୍ଷା , ମୁକୁଳା ଡ୍ରେନ୍ରେ ପଡ଼ି ଶିକ୍ଷକ ମୃତ
କଟକ ଓ ଭୁବନେଶ୍ବର ପରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ମୁକୁଳା ଡ୍ରେନ୍ କାଳ ସାଜିଛି। ବ୍ରହ୍ମପୁରସ୍ଥିତଏମ୍କେସିଜି ଖେଳ ପଡ଼ିଆ ନିକସ୍ଥ ଡ୍ରେନ୍ରେ ପଡ଼ି ଅପରାହ୍ଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହେନ୍ଦ୍ର ପାଣିଗ୍ରାହୀ।

ସୂଚନା ଅନୁସାରେ ବ୍ରହ୍ମପୁରର MKCG ପାଖ ମୁକୁଳା ଡ୍ରେନରେ ଘଟିଛି। ଯେହେତୁ କିଛି ଦିନ ହେବ ବର୍ଷା ଲାଗି ରହିଛି, ତେଣୁ ସ୍କୁଟି ନେଇ ଆସିବା ବେଳେ ଶିକ୍ଷକଙ୍କ ଗାଡ଼ିର ଚକା ସ୍ଲିପ୍ କରିଥିଲା। ଫଳରେ ଶିକ୍ଷକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନରେ ପଡିଯାଇଥିଲେ। ଯେଉଁଥିରୁ ସେ ଆଉ ବାହାରକୁ ବାହାରି ପାରିନଥିଲେ।












Click it and Unblock the Notifications