ବିଧାନସଭା ଘେରିବ ଶିକ୍ଷକ ସଂଘ: ଲୋୟର୍ ପିଏମଜିରେ ସ୍ୱର ଉତ୍ତୋଳନ କରିବେ ଗୁରୁ, ଚାଲିଛି ପ୍ରସ୍ତୁତି
ଭୁବନେଶ୍ୱର : ବିଧାନସଭା ଘେରିବେ ଶିକ୍ଷକ ସଂଘ । ଆସନ୍ତା ୨୬ ତାରିଖରେ ବିଧାନସଭା ଘେରିବେ ଶିକ୍ଷକ ସଂଘ । ତେବେ ୬ଟି ଶିକ୍ଷକ ସଂଘ ବିଧାନସଭା ଘେରିବ ବୋଲି ଜଣାପଡିଛି । ପୂର୍ବରୁ ଦୁଇଟି ଶିକ୍ଷକ ଆନ୍ଦୋଳନରୁ ଓହରି ଯାଇଥିଲେ । ଲୋୟର୍ ପିଏମଜିରେ ରଣହୁଙ୍କାର ଦେବେ ଶିକ୍ଷକ ସଂଘ । ଏ ନେଇ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ।
ଏହି ବିଧାନସଭା ଘେରାଉରେ ଓଷ୍ଟା, ପିଷ୍ଟା ଓ ପଶ୍ଚିମ ଓଡ଼ିଶା ପ୍ରାଥମିକ ଶିକ୍ଷକ ଫୋରମ୍ ମିଶି ୬ଟି ଶିକ୍ଷକ ସଂଘ ସାମିଲ୍ ହେବେ ବୋଲି ଶ୍ରୀ ମହାରଣା କହିଛନ୍ତି । ରାଜ୍ୟରେ ଦିନକୁ ଦିନ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଉଗ୍ର ରୂପ ନେଉଛି । ଏପରିକି କେତେକ ସ୍କୁଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।
ଆଲୋଚନା ପରେ ଆନ୍ଦୋଳନ ଜାରି ରଖିଥିବା ୧୦ଟି ସଂଘରୁ ୨ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ହେଁ ଆହୁରି ୮ଟି ସଂଘର ଶିକ୍ଷକମାନେ ଧାରଣାରେ ରହିଛନ୍ତି ।

ସେପଟେ ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମଓ ଡକାଯାଇଛି । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହେବ । ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ ।
ଶିକ୍ଷକଙ୍କ ଦାବି
ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆନ୍ଦୋଳନ ହୋଇଛି । ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଦାବି ହୋଇଥିଲା ।
ଗତ ୮ ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ୧୧ ତାରିଖରୁ ସାମୁହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ୫୦ ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଥିଲା ଶିକ୍ଷକ ସଂଘ ।












Click it and Unblock the Notifications