ଦେହରେ ଆଉ ଟାଟୁ କରିପାରିବେନି ପୋଲିସ
ଭୁବନେଶ୍ୱର: ଏଣିକି ଦେହରେ ଆଉ ଟାଟୁ କରିପାରିବେନି ପୋଲିସ । ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ସୁରକ୍ଷାବାନିନୀ ଓ ପୋଲିସ କର୍ମଚାରୀ । େଯେଉଁମାନେ ଟାଟୁ କରିଛନ୍ତ, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ନିର୍ଦ୍ଦେଶ ଦେଇଛନ୍ତି । ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ ଡିସିପି (ସିକ୍ୟୁରିଟି) କହିଛନ୍ତି । ସୁରକ୍ଷା ବାହିନୀ ଓ କମିସନରେଟ ପୋଲିସକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
କମିଶନରେଟ ଡିସିପିଙ୍କ (ସିକ୍ୟୁରିଟି) ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦେଖାଯିବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ, ବାଟାଲିୟନର ଭାବମୂର୍ତ୍ତି ଏବଂ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି ।

ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନଙ୍କ ବେଶରେ ଯେପରି କୌଣସି ଖରାପ ଚିତ୍ର ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଏହା ପୁର୍ବରୁ ଫିଟନେସକୁ ନେଇ ମଧ୍ୟ ନିୟମ ଜାରି କରିଥିଲା କମିଶନରେଟ ପୋଲିସ । ଫିଟ୍ ନ ରହିଲେ ଦରମା ବଢିବନି ଓ ଫିଟନେସ ରିର୍ପୋଟ ଦେବାକୁ କୁହାଯାଇଥିଲା । ନିୟମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛି କମିଶନରେଟ ପୋଲିସ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications