For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ କାହିଁକି ହେଉଛି ବିଦ୍ୟୁତ କାଟ୍ ? ଉତ୍ତର ରଖିଲା ଟାଟା ପାୱାର....

ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଓ ଅତ୍ୟଧିକ ବିଲ୍ ଅଭିଯୋଗ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରଖିଛି ଟାଟା ପାୱାର ।

|

ଭୁବନେଶ୍ବର: ରାଜ୍ୟରେ କାହିଁକି ହେଉଛି ଘନ ଘନ ବିଦ୍ୟୁତ କାଟ୍ ? ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ କାହିଁକି ଓଡିଶାବାସୀ ସହୁଛନ୍ତି ବିଜୁଳି କାଟର କଷ୍ଟ ? ତେବେ ବିଦ୍ୟୁତ କାଟ୍ ନେଇ ଉତ୍ତର ରଖିଛନ୍ତି ଟାଟା ପାୱାର ସିଇଓ ଭାସ୍କର ସରକାର ।

Power Cut in Odisha

ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଓ ଅତ୍ୟଧିକ ବିଲ୍ ଅଭିଯୋଗ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରଖିଛି ଟାଟା ପାୱାର । କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ-ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଆମକୁ ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ । ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି ।

ତେବେ ଏ ସମସ୍ୟା ଆଉ ହେବ ନାହିଁ । ଏବେ ଆମେ କଥା ହୋଇଛୁ, କେବଳ ସକାଳ ସମୟରେ କାମ ହେବ । ଦିନ ବେଳେ କାମ କେମିତି ହେବ ସେନେଇ ଆମେ ଚେଷ୍ଟା କରିବୁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଅତ୍ୟଧିକ ବିଲ୍ ଆସୁଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତାହା ଠିକ୍ ନୁହେଁ । ଯାହା ନିୟମ ଅଛି ତାହାଠୁ ଅଧିକ ଗୋଟିଏ ବି ପଇସା ନେଉ ନାହୁଁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tata Power CEO Replay on Power Cut in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X