ରାଜ୍ୟରେ କାହିଁକି ହେଉଛି ବିଦ୍ୟୁତ କାଟ୍ ? ଉତ୍ତର ରଖିଲା ଟାଟା ପାୱାର....
ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଓ ଅତ୍ୟଧିକ ବିଲ୍ ଅଭିଯୋଗ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରଖିଛି ଟାଟା ପାୱାର ।
ଭୁବନେଶ୍ବର: ରାଜ୍ୟରେ କାହିଁକି ହେଉଛି ଘନ ଘନ ବିଦ୍ୟୁତ କାଟ୍ ? ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ କାହିଁକି ଓଡିଶାବାସୀ ସହୁଛନ୍ତି ବିଜୁଳି କାଟର କଷ୍ଟ ? ତେବେ ବିଦ୍ୟୁତ କାଟ୍ ନେଇ ଉତ୍ତର ରଖିଛନ୍ତି ଟାଟା ପାୱାର ସିଇଓ ଭାସ୍କର ସରକାର ।

ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଓ ଅତ୍ୟଧିକ ବିଲ୍ ଅଭିଯୋଗ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରଖିଛି ଟାଟା ପାୱାର । କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ-ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଆମକୁ ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ । ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି ।
ତେବେ ଏ ସମସ୍ୟା ଆଉ ହେବ ନାହିଁ । ଏବେ ଆମେ କଥା ହୋଇଛୁ, କେବଳ ସକାଳ ସମୟରେ କାମ ହେବ । ଦିନ ବେଳେ କାମ କେମିତି ହେବ ସେନେଇ ଆମେ ଚେଷ୍ଟା କରିବୁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଅତ୍ୟଧିକ ବିଲ୍ ଆସୁଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତାହା ଠିକ୍ ନୁହେଁ । ଯାହା ନିୟମ ଅଛି ତାହାଠୁ ଅଧିକ ଗୋଟିଏ ବି ପଇସା ନେଉ ନାହୁଁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications