ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ । ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ । ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ସ୍ବାକ୍ଷରିତ ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ ୬୫୦ କୋଟି ଟଙ୍କା । ରାଜ୍ୟ ସରକାର ଯୋଗାଇବେ ୪୦ଏକର ଜାଗା। ଏହା ମଧ୍ୟରୁ ୪୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରାଳୟ, ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇ ଦେବେ । ଏହା ସହିତ ରାଜ୍ୟ ସରକାର ରେଡିଓ ଆଇସୋଟପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ ମେସିନ ଯୋଗାଇ ଦେବେ । ହସ୍ପିଟାଲରେ ବିଏସକେୱାଇ କାର୍ଡ଼ଧାରୀଙ୍କୁ ମାଗଣା ସୁବିଧା ବ୍ୟବସ୍ଥା ରହିବ।
Glad that @TataMemorial is opening a state-of-the-art Cancer Centre in Odisha. It will be immensely helpful not only to the people of #Odisha but also to the people of entire Eastern India. Thank Hon’ble PM Shri @narendramodi ji, @DAEIndia & Tata Memorial for this noble gesture. pic.twitter.com/GEUgSRJc7f
— Naveen Patnaik (@Naveen_Odisha) September 7, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ପୂର୍ବ ଭାରତବାସୀ ଉପକୃତ ହେବେ। ଏନେଇ ପ୍ରଧାନମନ୍ତ୍ରୀ, ଆଣବିକ ଶକ୍ତି ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟବାସୀ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମଓୟୁରେ ସ୍ୱାକ୍ଷର କରିଥିଲେ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦାୱି ଓ ସାଧାରଣ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି।
ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲ ପାଇଁ ନାଇଜର ୧୭ ଏକର ଜମି ଯୋଗାଇ ଦେବ । ପରେ ଏହାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ । ହସ୍ପିଟାଲ ପରିସରରେ ନିର୍ମାଣ ହେବ ସାଇକ୍ଲୋଟ୍ରନ, ଷ୍ଟାଫ କ୍ୱାର୍ଟର୍ସ, ଟାଉନସିପ, ଆକାଡେମିକ ବ୍ଲକ, ରେଷ୍ଟ ସେଡ, ଧର୍ମଶାଳା ଇତ୍ୟାଦି । ସେବା, ଶିକ୍ଷା ଓ ଗବେଷା ଦିଗରେ ଅଭିପ୍ରେତ ହେବ ହସ୍ପିଟାଲ । ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଯୋଗୁ ରାଜ୍ୟବାସୀ କ୍ୟାନସରର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏହି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଓଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଆଦି ବିଭାଗ ରହିବ। ହସ୍ପିଟାଲ କ୍ୟାମ୍ପସରେ ବି ପ୍ରତିଷ୍ଠା ହେବ ଆହାର କେନ୍ଦ୍ର ।












Click it and Unblock the Notifications