ଅଧିକ ତାପମାତ୍ରା ଓ କମ ଆଦ୍ରତା ଥିବା କାରଣରୁ ନିଆଁ କାୟା ବିସ୍ତାର କରିଚାଲିଛି: ପରେଷ୍ଟ ଫାୟାର ଟାସ୍କଫୋର୍ସ
ରାଜ୍ୟ ସରକାର ନିଆଁକୁ ଆୟତ୍ତାଧୀନରେ ରଖିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।
ଭୁବନେଶ୍ୱର: ରାଜ୍ୟ ସରକାର ନିଆଁକୁ ଆୟତ୍ତାଧୀନରେ ରଖିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ସମସ୍ତ କ୍ଷେତ୍ର କର୍ମଚାରୀ, ODRAF, PRI କର୍ମଚାରୀ, ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକମାନେ ଦିନ ରାତି ସେମାନଙ୍କର ପ୍ରରେଷ୍ଟା ଜାରି ରଖିଛନ୍ତି । ସ୍ୱଳ୍ପ ମାତ୍ରାର ବର୍ଷା ହୋଇଥିଲେ ମଧ୍ୟ, ଅତ୍ୟଧିକ ଗ୍ରୀଷ୍ମ ପାଗ ସହିତ ଅଧିକ ତାପମାତ୍ରା ଓ କମ ଆଦ୍ରତା ଅନୁଭୂତ ହେଉଥିବାରୁ ନିଆଁ ବିସ୍ତାରକୁ ଏହି ପାଗ ଅନୁକୂଳ କରିଛି ବୋଲି ସେ କହିଛନ୍ତି ।
ଆଇଏମଡି ଭୁବନେଶ୍ବର ପୂର୍ବାନୁମାନ ଅନୁସାରେ ଆସନ୍ତା 3-4 ଦିନରେ ରାଜ୍ୟର କିଛି ଅଂଶରେ ହେବାକୁ ଥିବା ବର୍ଷା ଜଙ୍ଗଲ ନିଆଁ ଲିଭାଇବାରେ ଫଳପ୍ରଦ ହୋଇପାରେ । ନିର୍ଦ୍ଧିଷ୍ଟ ଭାବେ କେତେକ ଅଗ୍ନିପ୍ରବଣ ଓ ହଟସ୍ପଟ ଅଞ୍ଚଳରେ ଲାଗିଥିବା କ୍ରାମାଗତ ନିଆଁକୁ ପ୍ରାଥମିକତା ଅଧାରରେ ପ୍ରଶମିତ କରାଯାଉଛି । କ୍ଷେତ୍ର କର୍ମଚାରୀମାନେ ନିଆଁର କାୟା ବିସ୍ତାରକୁ ପ୍ରତିରୋଧ କରିବାକୁ ସତର୍କ ଓ ସଜାଗ ରହିଛନ୍ତି ବୋଲି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ।












Click it and Unblock the Notifications