କଂଗ୍ରେସ ବିଧାୟକ ଦଳ ବୈଠକକୁ ଗଲେନି ତାରା
କଂଗ୍ରେସ ବିଧାୟକ ଦଳ ବୈଠକକୁ ଗଲେଣି ତାରା । କଂଗ୍ରେସ ବିଧାୟକ ଦଳ ନେତା ଦୌଡ଼ରେ ରହି ନିରାଶ ହୋଇଥିବା ବରିଷ୍ଠ ବିଧାୟକ ତାରା ବାହିନୀପତି ରୁଷିଛନ୍ତି। ଦଳ ତାଙ୍କ ବଦଳରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳର ନେତା କରିଥିବାରୁ ତାରା ଅସନ୍ତୁଷ୍ଟ ଅଛନ୍ତି।

ବରିଷ୍ଠତା ସତ୍ତ୍ୱେ ତାଙ୍କୁ ଏହି ପଦ ମିଳି ନଥିବାରୁ ସେ ନିଜର ଅସନ୍ତୋଷ ଜଣାଇବା ପାଇଁ ଆଜିର ବୈଠକୁ ଆସି ନଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଜିର ବୈଠକ ନେଇ ସେ କିଛି ଜାଣି ନଥିବା ଓ ତାଙ୍କୁ କେହି ଡାକି ନଥିଲେ ବୋଲି କହିଛନ୍ତି ତାରା।
ସେ କହିଛନ୍ତି, ଆଜି ବିଧାୟକ ଦଳ ବୈଠକ ବସିବ ବୋଲି ମୋ ପାଖକୁ କୌଣସି ଫୋନ୍ ଆସିନଥିଲା। ବୈଠକ ବସିବ ବୋଲି ମୋତେ କେହି ନାହାନ୍ତି, ମୁଁ ମଧ୍ୟ ଜାଣି ନାହିଁ।
ଆଜି ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭାର ୫୪ ନଂ କକ୍ଷରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ ସରକାରଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତି କରିଥିଲା ଦଳ। ହେଲେ ଏହି ବୈଠକରେ ତାରା ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବିଳମ୍ବରେ ବୈଠକକୁ ଆସିଥିଲେ। କିନ୍ତୁ ବିଧାନସଭା କାର୍ଯ୍ୟରେ ତାରା ଯୋଗ ଦେଇଥିଲେ।।












Click it and Unblock the Notifications