'୧୭ ହଜାର ବଦଳରେ ୧୦ ହଜାର ଦେବେ ସୁମିତ୍'

ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍ ।

କଟକ: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦରେ ନୂଆ ମୋଡ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍ । ପୂର୍ବରୁ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ ତଳକୋର୍ଟଙ୍କ ନିର୍ଦ୍ଦେଶ ଥିଲା ।

Tapaswini-Sumit Dispute

ଆଇନ ଅନୁଯାୟୀ ସ୍ତ୍ରୀଙ୍କର ଭରଣପୋଷଣ ଦାୟିତ୍ୱ ସୁମିତଙ୍କର। ଏଥିନିମନ୍ତେ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହେଲେ ସ୍ୱାମୀ ଆଗରେ ଟଙ୍କା ଜରୁରୀ ନୁହେଁ ବୋଲି କହିଛନ୍ତି ତପସ୍ୱିନୀ । କୋର୍ଟ ନିର୍ଦ୍ଦେଶ ଦେବା ପରଠୁ ୨ ମାସ ବଦଳରେ ମାସକର ଟଙ୍କା ମିଳିଥିବା ବେଳେ ମଧ୍ୟ ଏହା ଗୁରୁତ୍ୱ ବହନ କରେନି ବୋଲି ସେ କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୦ ତାରିଖରେ ସୁମିତ ଏକ ୧୭ ହଜାର ଟଙ୍କାର ଚେକ୍‌ ତପସ୍ୱିନୀଙ୍କ ନିମନ୍ତେ ଏସଡିଜେଏମ୍‌ କୋର୍ଟରେ ଦାଖଲ କରିଥିଲେ। ହେଲେ ତପସ୍ୱିନୀଙ୍କୁ ୨ ମାସ ବଦଳରେ ମାସକର ଟଙ୍କା ଦିଆଯାଇଥିବା ତପସ୍ୱିନୀଙ୍କ ଓକିଲ କହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୁମିତଙ୍କ ଓକିଲ। ଏନେଇ ସେ କହିଛନ୍ତି, ପ୍ରତ୍ୟେକ ମାସର ୧୦ ତାରିଖରେ ଟଙ୍କା ଦେବାକୁ କୋର୍ଟ କହିଥିଲେ। ତେଣୁ ମାସେ ପୂରିବା ପରେ ତାଙ୍କ ଟଙ୍କା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+