ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ: ଶହୀଦ ହେଲେ ଓଡ଼ିଆ ଯବାନ

ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ । ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ । ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ(୩୪)। ସେ ୪୬ ଆର୍ମି ଆର୍ମଡରେଜିମେଣ୍ଟ ଜମ୍ମୁ ଅଧିନରେ ନିୟୋଜିତ ହୋଇଥିଲେ।

ଫାୟାରିଂ ଅଭ୍ୟାସ ପାଇଁ ସେ ରାଜସ୍ଥାନ ପୋଖରାନକୁ ଯାଇଥିଲେ। ବୁଧବାର ସକାଳେ ଫାୟାରିଂ ଅଭ୍ୟାସ ଚାଲୁଥିବା ବେଳେ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍‌ଡିଏମ୍‌ ଆଶୁତୋଷ ମିଶ୍ର ଓ ଆନ୍ଧ୍ର ପ୍ରଦେଶର ଏଲ୍‌ଡି ଜିତେନ୍ଦ୍ର କୁମାର ଶହୀଦ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଈଶ୍ୱରଙ୍କୁ ଚଣ୍ଡିଗଡ ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଇଶ୍ୱରଙ୍କ ମୃତଦେହ ପହଞ୍ଚିବା ନେଇ ପରିବାର ପକ୍ଷରୁ ସୂଚନା ରହିଛି। ଈଶ୍ୱରଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକ ପ୍ରକାଶ ପାଇଛି।

odia jawan martyred in rajasthan

ଈଶ୍ଵର ତଲିଆ ସାଥୀ ଯବାନମାନଙ୍କ ସହିତ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନ୍ ପଠାଯାଇଥିଲା। ରାଜସ୍ଥାନର ଫକରନ୍ ରେଞ୍ଜରେ ବୁଧବାର ପୂର୍ବାହ୍ନ ୯ଟା ବେଳେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିଲେ। କିନ୍ତୁ ଯବାନ ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଈଶ୍ଵର ତଲିଆଙ୍କୁ ଗୁରୁବାର ସକାଳ ୫ଟା ବେଳେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଈଶ୍ୱର ସହିଦ୍ ହୋଇଯାଇଥିବା ଖବର ଆସିବା ପରେ ବୈପାରିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+