ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୪ ଲକ୍ଷରେ ବିକ୍ରି; ୧୨ ଲକ୍ଷ ପର୍ଯ୍ୟନ୍ତ ଯାଉଥିଲା ଡାକ

ନିଲାମ ହେଲା ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ। ବିକ୍ରି ହେଲା ୪ ଲକ୍ଷରେ । ଚଳିତ ବର୍ଷ ଗଣେଶ ପୂଜା ୨୭ ତାରିଖରୁ ଆରମ୍ଭ ହୋଇ ଆଜି ଇନ୍ଦୁ ପୂର୍ଣ୍ଣିମା ଅବସରରେ ହେବ ଭସାଣି କାର୍ଯ୍ୟକ୍ରମ । ତେଣୁ ଚଳିତ ବର୍ଷ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ପ୍ରଭୁ ଗଜାନନ । ନିୟମ ଅନୁସାରେ ଭସାଣିର ଗୋଟିଏ ଦିନ ପୂର୍ବରୁ ଲଡୁ ନିଲାମ ହୁଏ । ଆଉ ଗତକାଲି ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି ।

୪୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେରର ପଟନାୟକ ବ୍ରଦର୍ଶ । ଭଷାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଶ ପୂଜାରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Talcher Ganesh Puja s Laddu sold for 4 lakhs

ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ପ୍ରଥମେ ନିଲାମ ଡ଼ାକରାରେ ୧୨ ଲକ୍ଷ ଟଙ୍କାରେ ସୌଭାଗ୍ୟ ମହାରଣା ନିଲାମ ନେଇଥିଲେ ।

କିନ୍ତୁ ସେ ପଇସା ପୈଠ ନକରି ସେଠାରୁ ପଳାୟନ କରିଥିଲେ ପରେ ଆଉ ଥରେ ନିଲାମ ଡାକରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପଟ୍ଟନାୟକ ବ୍ରଦର୍ଶ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମୀ ଧରିଥିଲେ । ନିଲାମ ଡାକରାରେ ମୋଟ ୧୦ ଟି ଦଳ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ ଲଡୁ ପ୍ରସ୍ତୁତ କରି ଏହାକୁ ନିଲାମ କରାଯାଇଛି । ପ୍ରାୟ ୨୫ ଜଣ କାରିଗର ଏହି ଲଡୁ ତିଆରି କରୁଥିବା ବେଳେ କାଜୁ, କିସମିସ, ପିସ୍ତା ବାଦାମ, କେଶର, ଗୁଲାପ ଜଳ ଆଦି ବ୍ୟବହାର କରାଯାଇଛି ।

ତେବେ ତାଳଚେର ଗଣେଶ ପୂଜା ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଛି ତାଳଚେର ଗଣେଶ ପୂଜାର ଆଜ୍ଞାଲଡୁ । ଗତ ବର୍ଷ ତାଳଚେର ଗଣେଶ ପୂଜାରେ ୩୫ କ୍ୱିଣ୍ଟାଲ ଓଜନର ଲଡୁ ନିଲାମ କରା ଯାଇଥିଲା । ଯାହାକି ରେକର୍ଡ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ତାଳଚେର ଟି.ଏସ.ଏସ ଗ୍ରୁପ ଅନୁଷ୍ଠାନ ନିଲାମ ନେଇଥିବା ବେଳେ ଏତେ ବଡ଼ ଲଡୁ ଆଉ ଏତେ ଟଙ୍କାରେ ନିଲାମ ହୋଇ ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିଲା । ତେବେ ଆଜି ତାଳଚେରରେ ଧୂମଧାମରେ ଅନୁଷ୍ଠିତ ହେବ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+