ରାସାୟନିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାସାୟନିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଯାଇଛି । ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟର ପ୍ରସ୍ତୁତି ସଂପର୍କିତ ଏକ ରାଜ୍ୟସ୍ତରୀୟ ମକ୍ ଏକ୍ସରସାଇଜ୍ ଅନୁଷ୍ଠିତ ହେବ । ଏଥ‌ିରେ ୧୦ଟି ଜିଲ୍ଲା ଯଥା: ଅନୁଗୋଳ, ବାଲେଶ୍ଵର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ର ୨୮ଟି ଶିଳ୍ପସଂସ୍ଥା ସହ ପାରାଦ୍ଵୀପ ପୋର୍ଟ ମଧ୍ୟ ଯୋଗଦେବେ ।

ଏହିଭଳି ମକ୍ ଏକ୍ସରସାଇଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ଓ ଏଥୁରେ କିପରି ତାଳମେଳ ରଖ୍ ତ୍ଵରିତ ସତର୍କ ସୂଚନା, ସ୍ଥାନାନ୍ତର, ସ୍ଥାନୀୟ ଶିଳ୍ପ ଓ କ୍ଷେତ୍ରସ୍ତରୀୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରି ବିପର୍ଯ୍ୟୟର ସଫଳ ପରିଚାଳନା କରିହେବ ସେ ଦିଗରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ଏହାର ପ୍ରାକ୍‌ପ୍ରସ୍ତୁତି ସ୍ଵରୂପ ଏକ ଟେବୁଲ ଟପ୍ ଏକ୍ସରସାଇଜ ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଓ ୧୦ ଗୋଟି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଚିହ୍ନଟ ହୋଇଥିବା ଶିଳ୍ପସଂସ୍ଥା ଓ ପାରାଦ୍ୱୀପ ପୋର୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଭାସୀ ବୈଠକରେ ଆଲୋଚନା ହୋଇଯାଇଛି । ଏଥ‌ିରେ ସମସ୍ତେ ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡିଓର ଆଧାରରେ କିପରି ବିପର୍ଯ୍ୟୟର ମୁକାବିଲାକୁ ସହଜ କରାଯାଇପାରିବ ସେ ଦିଗରେ ସହମତ ହୋଇଥିଲେ ।

ChemicalDisaster

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟେବୁଲ ଟପ୍ ଏକ୍ସରସାଇଜ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରାମର୍ଶଦାତା କର୍ଣ୍ଣେଲ କୀର୍ତ୍ତି ପ୍ରତାପ ସିଂ, କମାଣ୍ଡାଣ୍ଟ ଆଦିତ୍ୟ କୁମାର, ମେମ୍ବର ଆତା ହସନ୍, ଓସ୍‌ମାର ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ଏଥ‌ିରେ ଏନ୍‌ଡିଆର୍‌ଏଫ୍, ଇଣ୍ଡିଆନ୍ ଆର୍ମି, ଇଣ୍ଡିଆନ୍ ଏୟାର ଫୋର୍ସ, ଇଣ୍ଡିଆନ୍ ନାଭି, ସିଆଇଏସ୍ଏଫ୍, ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା, ଓଡ୍ରାଫ, ସିଭିଲ୍ ଡିଫେନ୍ସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସ୍‌ସି ଓ ଓଲ୍ଡମାର ପ୍ରତିନିଧୂମାନେ
ଯୋଗଦେଇଥିଲେ ।

ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଇଣ୍ଡିଆନ୍ କୋଷ୍ଟ ଗାର୍ଡ, ସିଆଇଏସ୍ଏଫ୍, ଏୟାର ପୋର୍ଟ ଅଧିକାରୀମାନେ ଓ ଏଥ୍ ସହ ସଂପୃକ୍ତ ବିଭାଗର ଅଧିକାରୀମାନେ ଏହି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ ।

ଏଥୁରେ ଆସନ୍ତାକାଲି ଅର୍ଥାତ୍ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥ‌ିବା ରାସାୟନିକ ବିପର୍ଯ୍ୟୟ ସଂପର୍କିତ ପ୍ରସ୍ତୁତି ମକ୍ ଏକ୍ସରସାଇଜ୍‌ର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+