ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ; ଆୟରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ
ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ 'ଏ'ରେ ପ୍ରଥମ ମ୍ୟାଚ୍ ଖେଳିବ ।
ଦଳର ସମସ୍ତ ଖେଳାଳି ୨ ମାସ ଧରି ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ବେଶ୍ ଉତ୍ସାହି ଅଛନ୍ତି ।
ଗତ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ ପାଇଁ ଏହା ଆଦୌ ଚିନ୍ତାର ବିଷୟ ନୁହେଁ ।
ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିନାହିଁ। ଆଜିର ମ୍ୟାଚରେ ଭାରତ ପାଇଁ ଚିନ୍ତାର ବିଷୟ ହୋଇନଥିଲେ ବି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ମ୍ୟାଚକୁ ନେଇ ଭାରତୀୟ ଦଳ ଉତ୍ସାହିତ ଅଛନ୍ତି ।

ଦଳରେ ରୋହିତ ଶର୍ମା, ଋଷଭ ପନ୍ଥ, ସଞ୍ଜୁ ସାମସନ୍, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁର୍ମା, ମହମ୍ମଦ ସିରାଜ ଭଳି ଖେଳାଳି ରହିଛନ୍ତି। ତେବେ ଆଜିର ମ୍ୟାଚରେ ବାଧକ ସାଜିପାରେ ବର୍ଷା ।












Click it and Unblock the Notifications