ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ

କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ମତଦାତାମାନଙ୍କୁ ଚଳିତ ସାଧାରଣ ନିର୍ବାଚନ ୨୦୨୪ ରେ ନିଶ୍ଚିତ ଭାବେ ମତଦାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ମତଦାତାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସଂବନ୍ଧ ପାଠ କରାଇଛନ୍ତି । ଲୋକସେବା ଭବନରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତଦାତାମାନଙ୍କୁ ଭାରବର ନାଗରିକ ଭାବେ ଗଣତନ୍ତ୍ରରେ ନିଜର ପୂର୍ବ ଆସ୍ଥା ଉଖୁବା, ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଏବଂ ଶାକ୍ତିପୂର୍ବ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ ରଖ୍ ନିର୍ଭିକ ଭାବେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ଆସନ୍ତା ମଇ ୨୫ ତାରିଖରେ ନିଶ୍ଚିତ ମତଦାନ କରିବାକୁ କାର୍ଯ୍ୟରତ ଭୁବନେଶ୍ବରର ଭୋଟରମାନଙ୍କୁ ମୁଖ୍ୟ ଶାସନ ସଚିବ ସଂଗ୍ରହ କରାଇଥିଲେ । ସେହିପରି କାର୍ଯ୍ୟରତ ଅନ୍ୟ ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀର ମତଦାତାମାନେ ଆଗାମୀ ମଇ-୨୦ ଏବଂ ଜୁନ୍-୧ ତାରିଖରେ ନିଜ ନିଜର ମଦଦାନ କେନ୍ଦ୍ରରେ ନିଶ୍ଚିତ ଭାବେ ମତଦାନ ସାବ୍ୟସ୍ତ କରିବାକୁ ମଧ୍ୟ ସେ ସଂଜଳ ବରାଇଥିଲେ ।

PRADEEP KUJMAR JENA

ଆହୁରି ମଧ୍ୟ ଏହି ମର୍ମରେ ବିଭିନ୍ନ ସରକାରୀ ବିଭାଗ, ନିର୍ଦ୍ଦେଶାଳୟ, ନିଗମ, ସରକାରୀ ସଂସ୍ଥା ଓ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଏ ସଂପର୍କରେ ସଚେତନ କରାଯିବା ସହ ଚଳିତ ସାଧାରଣ ନିର୍ବାଚନରେ ମତଦାତାମାନେ ନିଶ୍ଚିତ ମତଦାନ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ମତଦାତାମାନେ ଭୋଟର ହେଲାଇନ୍ ଆପ୍ (ଭିଏଏ) ଡାଉନଲୋଡ କରି କିମ୍ବା ଲୋବର୍ସ ସର୍ଭିସ୍ ପୋର୍ଟାଲ୍ (ଭିଏସଟି) ବ୍ୟବହାର କରି ନିଜ ନିଜର ଭୋଟର ତାଲିକାରେ ନାମ ତଥା ଦୁଅ ସଂବନ୍ଧୀୟ ସୂଚନା ପାଇପାରିଦେ ବୋଲି ଅବଗତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ବରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କିପରି ମତଦାନ କାଇ ଦୃଦ୍ଧି ପାଇବ, ପ୍ରତ୍ୟେକ ମତବାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ରୋଡ ଦେବେ, ସେଥିପାଇଁ "ବ୍ୟବସ୍ଥିତ ଭୋଟର ଶିକ୍ଷା ଏକ ନିର୍ବାଚନରେ ଅଂଶଗ୍ରହଣ" (ଏସ୍.ଭି.ଇ.ଇ.ପି) ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠୀ ଜିଲ୍ଲା ପ୍ରଶାସନ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ରହିଛି । ପରିସଂଖ୍ୟାନରୁ ଜଣାଯାଇଛି ଯେ, ଘଚ୍ଚ ୨୦୧୯ ସାଧାରଣ ନିର୍ବାଚନରେ ୧୧୨- ଭୁବନେଶ୍ବର(ମଧ୍ୟ), ୧୧୩-ଭୁବନେଶ୍ବର(ଇଗର‌) ଏବଂ ୧୧୪- ଏକାମ୍ର ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ଭାବେ ମତଦାନ ହାର କମ୍ ( ୪୫ ପ୍ରତିଶତ) ରହିଥ‌ିଲା । ଭାରତର ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅନ୍ଧାରୀ,ଓଡିଶାଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ମତବାଦ କାର ଦୃଦ୍ଧି ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧିକରୁ ଅଧ‌ିକ ମତଦାତାମାନେ ଅଂଶଗ୍ରହଣ କରିବେ, ଗଣତନ୍ତ୍ର ଅଧ‌ିକ ସୁଦୃକ ହେବ ।

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ଓ ଖାରବେଳ ଭବନ ସମେତ ବିଭିନ୍ନ ସରକାରୀ ବିଭାର ଓ ସଂସ୍ଥାରେ କାର୍ଯ୍ୟରତ ଭୁବନେଶ୍ବର ଭୋଟରମାନେ ଯେପରି ନିଜ ନିଜ ମତଦାନ କେନ୍ଦ୍ରରେ ନିଶ୍ଚିତ ଭାବେ ମତଦାନ କରିବେ, ସେ ସଂପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଖୋର୍ବାଙ୍କ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କ୍ରମେ ଏହି ସଂକଳ୍ପ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିକ ଅନୁଷ୍ଠିତ ଏହି "ମତଦାତାଙ୍କ ସଂକଳ୍ପ' କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ଶ୍ରୀ ରେଡ଼୍ ଜୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଦ୍ୱାରୀ, ଉପ ବିଭାଗୀୟ ଅଧୁକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ମହାବାତାଙ୍କ ସଂକକୁ ପାଠ କରିଥିଲେ ।

ପ୍ରକାଶ ଥାଉକି, ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗତ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଭୁବନେଶ୍ବରରେ ଆୟୋଜିତ ଏକ ଗଣ ପଦଯାତ୍ରା (ଆକାଞ୍ଚନ୍) ଏବଂ "ସିଗ୍‌ନେଚର୍‌ ନ୍ୟାକ୍ଷେନ୍" କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟର ସଚେତନତା ବାର୍ତ୍ତା ପ୍ରଦାନ, ମତଦାତାମାନଙ୍କୁ ସଂକ‌ଳ୍ପ, ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଇଥିବା ଯୁବକ ଯୁବତାମାନଙ୍କୁ ସ୍ବାଗତ କରିବା ସହ ଭୁବନେଶ୍ବରର ଭୋଟରମାନଙ୍କୁ ସମସ୍ତେ ମତଦାନରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+