ୟୁରିଆ, ଡିଟର୍ଜେଣ୍ଟ, ସଲଫ୍ୟୁରିକରେ ତିଆରି ହେଉଛି ପନିର, ଜୀବନ ସହ ଚାଲିଛି କି ଖେଳ ?
ଆଜି କଟକ କମିଶନରେଟ ପୋଲିସ ଓ ସିଏମସି କତୃପକ୍ଷଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲସିନ୍ଥେଟିକ୍ ପନିର ଜବତ କରାଯାଇଛି । ଏହି ବିଶାକ୍ତ ପନିର କୋଲକତାରୁ କଟକ ଆସୁଥିଲା ।
କଟକ:ରାଜ୍ୟରେ ସିଲଭର ସିଟି କଟକ । ଓଡିଶାର ଏହି ଐିତିହାସିକ ସହର କେବେ ବ୍ୟବସାୟର ପେଣ୍ଠ ସ୍ଥଳି କୁହାଯାଉଥିବା ବେଳେ ଏବେ ଏଠି ଚାଲିଛି ଦଲାଲଙ୍କ ରାଜ । ବିଭିନ୍ନ ପ୍ରକାରର ନକଲି ସାମଗ୍ରୀ ଏବେ କଟକରୁ ଜବତ ହେବାରେ ଲାଗିଛି । କେତେବେଳେ ନକଲି ଘିଅ ତ କେତେବେଳେ ନକଲି ମସଲା । ଆଉ ଏବେ କଟକରୁ ଜବତ ହୋଇଛି ନକଲି ପନିର । ଯାହାକୁ ଆପଣ ଖାଇଲେ ସିଧା ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ରହିଛି ।
ଆଜି କଟକ କମିଶନରେଟ ପୋଲିସ ଓ ସିଏମସି କତୃପକ୍ଷଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ସିନ୍ଥେଟିକ୍ ପନିର ଜବତ କରାଯାଇଛି । ଏହି ବିଶାକ୍ତ ପନିର କୋଲକତାରୁ କଟକ ଆସୁଥିଲା । ଏଭଳି ଅଭିଯୋଗରେ ଜଣଙ୍କୁ ଅଟକ ରଖାଯାଇଛି। ଓଏମପି ଛକ ନିକଟରୁ ଏହି ସିନ୍ଥେଟିକ୍ ପନିର ଜବତ ହୋଇଛି ।

ଏସମ୍ପର୍କରେ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ୧କୁଇଣ୍ଟାଲରୁ ଅଧିକ ସିନ୍ଥେଟିକ୍ ପନିର ଜବତ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଆଉ ୪ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିସହିତ ଦୈନିକ କୋଲକାତାରୁ ବସରେ ପନିର କଟକ ଆସୁଥିବା ପ୍ରକାଶ। ତେବେ ଏହି ପନିର ଖୁବ ଶସ୍ତାରେ ପ୍ରସ୍ତୁତ ହୋଇଯାଉଛି । ଆଉ ଯେଉଁଥିରେ ମିଶୁଛି ନକଲି ପନିର ୟୁରିଆ, ଡିଟର୍ଜେଣ୍ଟ, କୋଲ୍, ଅମ୍ଲ ଓ ସଳ୍ଫରିକ୍ ଭଳି କ୍ଷତିକାରକ ରାସାୟନିକ ଦବ୍ର୍ୟ ।












Click it and Unblock the Notifications