Get Updates
Get notified of breaking news, exclusive insights, and must-see stories!

ମା' ହେବେ ସ୍ୱରା ଭାସ୍କର: ବିବାହ ପୂର୍ବରୁ ଗର୍ଭବତୀ ଥିଲେ କି ଅଭିନେତ୍ରୀ ! ଫ୍ୟାନ୍ସ କହିଲେ ଏପରି କଥା...

ମୁମ୍ବାଇ: ଫେବୃଆରୀ 2023 ମସିହାରେ, ଅଭିନେତ୍ରୀ ସ୍ୱରା ଭାସ୍କର କୋର୍ଟରେ ବିବାହ କରି ପ୍ରଶଂସକଙ୍କୁ ଦେଇଥିଲେ ଝଟକା । ଏହି ଗୁପ୍ତ ବିବାହ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ ପୁଣି ଅଭିନେତ୍ରୀ ବିବାହର ତିନିମାସ ପରେ ଗର୍ଭବତୀ ହେବାର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ପ୍ରଶଂସକଙ୍କୁ ଝଟକା ଦେଇ ଚାଲିଛନ୍ତି ସ୍ୱରା
ସ୍ୱରା ନିଜ ପ୍ରାଇଭେଟ୍ ଲାଇଫକୁ ଗୁପ୍ତ ରଖିବା ପାଇଁ ପସନ୍ଦ କରନ୍ତି । ତାଙ୍କର ଗୁପ୍ତ ବିବାହ ଏହାର ଏକ ସବୁଠାରୁ ବଡ ପ୍ରମାଣ । ଅଭିନେତ୍ରୀଙ୍କ ବିବାହ ଖବରରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ପୁଣି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଚର୍ଚ୍ଚାର ଅଛନ୍ତି ସ୍ୱରା ।

Swara Bhasker

ସ୍ୱରା ଭାସ୍କର ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀଙ୍କ ବେବି ବମ୍ପ୍ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ନିଜ ଫଟୋ ସେୟାର କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ସ୍ୱାମୀଙ୍କ ସହ ଏକ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ଯେ, ବେଳେବେଳେ ଆପଣଙ୍କର ସମସ୍ତ ଇଚ୍ଛା ଏକାସାଙ୍ଗରେ ପୂରଣ ହୋଇଯାଏ... । ନୂତନ ଦୁନିଆରେ ପାଦ ଦେବା ପାଇଁ ଯାଉଛି । ମୁଁ ଖୁବ୍ ଉତ୍ସାହିତ ଅଛି...

ଏହି ପୋଷ୍ଟ ଭାଇରାଲ ହେବା ପରେ ଅନେକ ଲୋକ ସ୍ୱରାଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଅନେକ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ଅଭିନେତ୍ରୀ ଗର୍ଭବତୀ ଥିବାରୁ ସେ ଶୀଘ୍ର ବିବାହ କରି ନେଇଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି ଆଜିକାଲି ବଲିଉଡରେ ବିବାହ ପୂର୍ବରୁ ଗର୍ଭବତୀ ହେବାର ଟ୍ରେଣ୍ତ୍ ଚାଲିଛି । ସମସ୍ତେ ଏହି ଧାରା ଅନୁସରଣ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+