ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଷୋଡ଼ଶତମ ଶ୍ରାଦ୍ଧ ବାର୍ଷିକୀ: କନ୍ଧମାଳରେ କଡ଼ାସୁରକ୍ଷା ବ୍ୟବସ୍ଥା

କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପେଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମଠାରେ ସୋମବାର ପାଳନ ହେବ ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଷୋଡ଼ଶତମ ଶ୍ରାଦ୍ଧ ବାର୍ଷିକୀ । ଏଥିପାଇଁ ତୁମୁଡିବନ୍ଧର ଜଲେଶପେଟା ଆଶ୍ରମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳରେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ନେଇ ଜଲେଶପେଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ ଆଶ୍ରମ ପରିସରକୁ ପରିଚ୍ଛନ୍ନତା କରିବା ସହ ସ୍ବାମିଜୀଙ୍କ ବଳିଦାନ କକ୍ଷ, ପ୍ରତିମୂର୍ତ୍ତି, ଯଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ମଧ୍ୟ ସୁସଜ୍ଜିତ କରିଛନ୍ତି l

swami Laxmanananda Saraswati s

ଜଲେଶପେଟା ଆଶ୍ରମରେ ବହୁ ସାଧୁ ସନ୍ଥଙ୍କ ସମାଗମ ହେବା ସହ ସ୍ବାମିଜୀଙ୍କ ଅନୁଗାମୀ ମଧ୍ୟ ଜନ୍ମାଷ୍ଟମୀ ଓ ବଳିଦାନ ଦିବସରେ ସାମିଲ ହେବେ। ପଞ୍ଚାୟତିରାଜ, ଗ୍ରାମୀଣ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାଏକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବେ। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ତୁମୁଡ଼ିବନ୍ଧ ଜଲେଶପେଟା ଆଶ୍ରମରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+