ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା: ସିବିଆଇ ତଦନ୍ତ କାହିଁକି ହେବନି, ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ ଦାବି ମାମଲା ନେଇ ମାନ୍ୟବର ହାଇକୋର୍ଟ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ସିବିଆଇ ତଦନ୍ତ ଦାବି ସଂପର୍କରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସିବିଆଇ ତଦନ୍ତ କାହିଁକି ହେବନି, ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ମାର୍ଚ୍ଚ ୫ ସୁଦ୍ଧା ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆବେଦନକାରୀ ତାଙ୍କ ପିଟିସନ୍‌ରେ ଲକ୍ଷ୍ମଣାନନ୍ଦଙ୍କୁ ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଯେଉଁଭଳି ଏହି ଘଟଣାର ତଦନ୍ତ କରାଗଲା, ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନାହିଁ । ଘଟଣାର ସିବିଆଇ ତଦନ୍ତ କରାଗଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ଆବେଦନକାରୀ କହିଛନ୍ତି ।

Swami Lakshmanananda Saraswati

ସୂଚନା ଅନୁସାରେ, ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ କି, ୨୦୦୮ ଅଗଷ୍ଟ ୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟାର ଅଳ୍ପ କିଛିଦିନ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆରପିଏଫ୍‌ ଯବାନଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା । ସେହି ମାସ ୨୩ ତାରିଖ ସକାଳୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ପୁଲିସ୍‌ର ସମସ୍ତ କର୍ମଚାରୀ ସମୂହ ଛୁଟିରେ ଚାଲିଗଲେ । ଆଉ ସେହିଦିନ ସଂଧ୍ୟାରେ ଲକ୍ଷ୍ମଣାନନ୍ଦଙ୍କୁ ୧୫ଜଣ ଦୁବୃର୍ତ୍ତ ହତ୍ୟା କଲେ । ଏହାର ଠିକ୍‌ ପରଦିନ ପୁଲିସ୍‌ ଡିଜି ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମଣାନନ୍ଦଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି ବୋଲି ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+