ନଗର ଉନ୍ନୟନ ବିଭାଗର ଲକ୍ଷ୍ୟ, ଗଠନ ହେବ ‘ସୁସ୍ଥ ଓଡ଼ିଶା, ଖୁସି ଓଡି଼ଶା’

ସାରା ରାଜ୍ୟର ପୌରାଞ୍ଚଳ ଗୁଡିକରେ ‘ସୁସ୍ଥ ଓଡ଼ିଶା, ଖୁସି ଓଡି଼ଶା’ କାର୍ଯ୍ୟକ୍ରମ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଭୁବନେଶ୍ୱର: ସାରା ରାଜ୍ୟର ପୌରାଞ୍ଚଳ ଗୁଡିକରେ 'ସୁସ୍ଥ ଓଡ଼ିଶା, ଖୁସି ଓଡି଼ଶା' କାର୍ଯ୍ୟକ୍ରମ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହିକ୍ରମରେ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପୌରାଞ୍ଚଳ କମିସନର/ପ୍ରଶାସକ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଓ ଯନ୍ତ୍ରୀମାନଙ୍କୁ ଚିଠି ଲେଖାଯାଇଛି ।

Odisha

ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ପୌରାଞ୍ଚଳ ଗୁଡିକରେ ମିନିପାର୍କ, ପାଦଚଲା ଏବଂ ଜଗିଂଟ୍ରାକ୍, ମୁକ୍ତାକାଶ ଜିମ୍, ଖେଳ ପଡ଼ିଆ, ଶିଶୁମାନଙ୍କ ପାଇଁ ପାର୍କ, ନୂତନ ଜଳ ଉତ୍ସ, ବସ ଟର୍ମିନାଲ, ରାସ୍ତା କଡ଼ରେ ଶୌଚାଳୟ ଆଦି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ପ୍ରାୟ ୨୦୩୫ଟି ୱାର୍ଡରେ ଏହି ନିର୍ମାଣ କରାଯିବ। ଏହି ଭିତ୍ତିଭୂମି ନିର୍ମାଣ ଗୁଡିକରେ ସହରାଞ୍ଚଳରେ ରହୁଥିବା ଗରିବ ଓ ଶ୍ରମିକ ଶ୍ରେଣୀକୁ ରୋଜଗାର ଦେବାରେ ସହାୟକ ହେବ। ଆସନ୍ତା ୬ ମାସ ମଧ୍ୟରେ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ସାରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ୱାର୍ଡସ୍ତରରେ ଗ୍ରହଣ କରାଯାଇଥିବା ଆକ୍ସନ ପ୍ଲାନକୁ ୧୫ ଦିନ ମଧ୍ୟରେ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ପ୍ରକଳ୍ପ ଗୁଡିକ ନିରୀକ୍ଷିଣ କରବିା ପାଇଁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ନିଗର ଉନ୍ନୟନ ପ୍ରମୁଖ ସଚିବ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+