ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ
ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ତାପସ ରଞ୍ଜନ ନାୟକ। ସେ ଫିଲୋସଫି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି।

ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହେଲା , ତାର କାରଣ ଏବେବି ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଗତକାଲି ରାତିରେ ସେ ସୁସ୍ଥ ଥିଲେ , ଏବଂ ସାଙ୍ଗ ମାନଙ୍କ ସହ କଥା ହୋଇଥିଲେ ବୋଲି ତାଙ୍କର ସହପାଠୀମାନେ କହିଛନ୍ତି।












Click it and Unblock the Notifications