ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ । ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

କେନ୍ଦୁଝର: ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ । ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

Suspicious Death of Female Doctor

ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳର । ମୃତ ମହିଳା ଡାକ୍ତର ଜଣକ ହେଲେ ଶୁଭଶ୍ରୀ କର । ବୟସ ୨୫। ଶୁଭଶ୍ରୀ ସ୍ଥାନୀୟ ବନେଇକଳା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳିରେ । ସେ ଯୋଡାର ବନେଇକଳା ବସ୍ତିରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ସେ ଭଡା ସୂତ୍ରରେ ରହୁଥିଲେ । ନୂଆବର୍ଷ ପାର୍ଟି ସାରି ନିଜ ଭଡ଼ାଘରକୁ ଫେରିଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା କବାଟ ନ ଖୋଲିବାରୁ ପୋଲିସକୁ ଖବର ଦେଇଥିଲେ ଗୃହ ସହାୟିକା ଓ ପଡୋଶୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁଚେଷ୍ଟା ପରେ କବାଟ ନ ଖୋଲିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଖଟ ଉପରେ ନିଶ୍ଚେତ ହୋଇ ପଡିଥିଲେ ଡାକ୍ତର ଶୁଭଶ୍ରୀ କର ।

ତେବେ ତାଙ୍କୁ ସାଙ୍ଗେ ସାଙ୍ଗେ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ପଠା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ମୃତ୍ୟୁ ଖବର ଶୁଣି ପାରିନର ଲୋକେ ଯୋଡ଼ା ହସ୍ପିଟାଲ ରେ ପହଞ୍ଚି ଝିଅ ର ମୃତଦେହ ଧରି ଗାଁ କୁ ଫେରି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସଠିକ ତଥ୍ୟ ଜଣା ପଡି ନାହିଁ ।

ତେବେ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ । ଫଳରେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହେଲା ? ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ କଣ ? ଶୁଭଶ୍ରୀ କରଙ୍କ ମୃତ୍ୟୁ ସହ ନୂଆବର୍ଷ ସେଲିବ୍ରେସନର କୌଣସି ସଂପର୍କ ଅଛି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଯୋଡା ପୋଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+