ବନ୍ଦେ ଭାରତ ଏକ୍ସପ୍ରେସ୍ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ, ଘଟଣା ଅସ୍ପଷ୍ଟ
ବନ୍ଦେ ଭାରତ ଏକ୍ସପ୍ରେସ୍ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ରୁ ଟିଟିଇଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି। ମୃତ ଟିଟିଇ ଜଣଙ୍କ ହେଲେ ଛତିଶଗଡ ଭାଟାପଡ଼ାର ରାଜେନ୍ଦ୍ର କୁମାର ନିର୍ମଳ କର।

ଆଜି ସକାଳେ ରାଜେନ୍ଦ୍ର ରାଇପୁର ଷ୍ଟେସନରେ ଯାତ୍ରୀଙ୍କ ଟିକେଟ ଚେକ୍ କରିବା ସହ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଚଢ଼ିଥିଲେ।ଖରିଆର ରୋଡରେ ସେ ଅସୁସ୍ଥ ଅନୁଭବ କରିଥିଲେ, ହଠାତ୍ ତଳେ ପଡ଼ି ଯାଇଥିଲେ। କଣ୍ଟାବାଞ୍ଜି ଷ୍ଟେସନରେ ଟ୍ରେନଟି ଅଳ୍ପ ସମୟ ରହିଥିବାରୁ ତାଙ୍କର ଚିକିତ୍ସା କରାଯାଇ ପାରିନଥିଲା। ପରେ ଏକ୍ସପ୍ରେସଟି ଟିଟିଲାଗଡ଼ରେ ଅଟକି ରହିଥିଲା।
ସେଠାରେ ରାଜେନ୍ଦ୍ରଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ରାଜେନ୍ଦ୍ରଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ି ନାହିଁ। ଟିଟିଲାଗଡ ଜିଆରପି ରାଜେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ଓ ଘଟଣାର ତଦନ୍ତ କରୁଛି।












Click it and Unblock the Notifications