ଟ୍ରାଫିକ ଅମାନିଆଙ୍କୁ ପାନେ, ହେଲ୍‌ମେଟ୍‌ ନପିନ୍ଧି ଥିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ହେଲମେଟ ପିନ୍ଧି ନଥିବା ବ୍ୟକ୍ତିଠୁ କେବଳ ଫାଇନ ନୁହେଁ ଏଣିକି ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଯୋଜନା ହୋଇଛି ।

ଭୁବନେଶ୍ୱର: ଟ୍ବିନସିଟିରେ ବଢୁଥିବା ଦୃତ ଟ୍ରାଫିକ ସମସ୍ୟାକୁ ନଜରରେ ରଖି ପରିବହନ ବିଭାଗର ନିର୍ଦ୍ଦେଶ । ହେଲ୍‌ମେଟ୍‌ ନପିନ୍ଧି ଗାଡ଼ି ଚଳାଇବାକୁ ଗୁରୁତର ସହିତ ନିଆଯାଉ । ଏପରି ହେଲମେଟ ପିନ୍ଧି ନଥିବା ବ୍ୟକ୍ତିଠୁ କେବଳ ଫାଇନ ନୁହେଁ ଏଣିକି ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଯୋଜନା ହୋଇଛି ।

ତେବେ ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବହନ ସଚିବ ଚିଠି ଲେଖିଛନ୍ତି। ଏମ୍‌ଭି ଆକ୍ଟ ୧୯୪ ଡି' ଅନୁଯାୟୀ ହେଲ୍‌ମେଟ୍‌ ନପିନ୍ଧିଲେ ଡିଏଲ୍‌ ବାତିଲ ହେବ। ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରି ଅମାନିଆଙ୍କ ଡିଏଲ୍‌ ବାତିଲ କରାଯାଉ। ୨୦୦୯ରେ ଓ ଚଳିତ ଅକ୍ଟୋବର ଯାଏ ୭ ଦିନ ମଧ୍ୟରେ ବାତିଲ ସଂଖ୍ୟା ଜଣାଇବାକୁ ଡିଜିପିଙ୍କୁ ସଚିବଙ୍କ ଚିଠି ଲେଖିଛନ୍ତି।

 ଡ୍ରାଇଭିଂ ଲାଇସେନ୍ସ

ଏହାସହ ୨୦୧୯ରେ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିବା କାରଣରୁ ବାତିଲ ହୋଇଥିବା ଲାଇସେନ୍ସ ବାବଦରେ ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୧୯ରେ ପ୍ରାୟ ୮.୫ ଲକ୍ଷ ଗାଡି ଚାଳକ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିଥିବା ଚିଠିରେ କୁହାଯାଇଛି । ସବୁଠୁ ବଡ କଥା ହେଲା ଗତବର୍ଷ ୧୧୦୬୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ସେଥିମଧ୍ୟରୁ ୪୬୮୮ଟି ବାଇକ ଦୁର୍ଘଟଣା ରହିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୨୩୯୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧୫୬ ଜଣ ହେଲମେଟ ପିନ୍ଧିନଥିବା ଜଣାପଡିଛି । ତେଣୁ ହେଲମେଟର ଗୁରୁତ୍ୱ କଣ ରହିଛି ତାହା ଏହି ତଥ୍ୟରୁ ବେଶ ସ୍ପଷ୍ଟ ଜଣାପଡୁଛି । ତେଣୁ ହେଲମେଟ ପିନ୍ଧିବା ଆଇନକୁ କଡାକଡି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+