SCB କାର୍ଡିଓଲୋଜିରେ ଚାଲିଛି ସୁଶାନ୍ତ ଧଳସାମନ୍ତଙ୍କ ଚିକିତ୍ସା; ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା
ବୁର୍ଲା: SCB କାର୍ଡିଓଲୋଜି ICUରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି । SCBରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପିଙ୍କ ସୂଚନା । ସୁଶାନ୍ତଙ୍କ ପାଇଁ SCBରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ।
କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ। ବାହାର ଖାଦ୍ୟ ଦିଆଯିବନି, କେବଳ ମେଡିକାଲ ଖାଦ୍ୟ ଅନୁମତି । ACP ଏବଂ IIC ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ଜୋନ୨ ଏସିପି କହିଛନ୍ତ ।
ବୁର୍ଲା ଭିମ୍ସାରରେ ୫ଦିନର ଚିକିତ୍ସା ପରେ ସୁଶାନ୍ତ ଧଳସାମନ୍ତକୁ ଗୁରୁବାର ସନ୍ଧ୍ୟାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସନ୍ଧ୍ୟା ୬ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ଆଡ୍ଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ବା ଉନ୍ନତ ଜୀବନ ସହାୟକ ବ୍ୟବସ୍ଥା ଥିବା ସରକାରୀ ଆମ୍ବୁଲାନ୍ସରେ ତାକୁ କଟକ ଅଣାଯାଇଥିଲା ।

ହାର୍ଟ ଆଟାକ ଏବଂ ଉଚ୍ଚ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥଇବାରୁ ସୁଶାନ୍ତକୁ ୧୭ ତାରିଖ ବଲାଙ୍ଗିର ଡାକ୍ତରଖାନାରୁ ଭିମସାରକୁ ପରେ ଦେହ ଖରାପ ହେବାରୁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସିଭିଅର୍ ହୃଦ୍ଘାତ୍ରେ ହୃତ୍ପିଣ୍ଡର ଯେଉଁ ଅଂଶ ପ୍ରଭାବିତ ହୋଇଛି ସେଠାରେ ଥିବା ମାଂସପେଶୀ ଠିକ୍ ଅଛି ନା ନଷ୍ଟ ହୋଇଛି ତାହା ପରୀକ୍ଷା କରିବା ପାଇଁ ଭିମ୍ସାର୍ରେ ବ୍ୟବସ୍ଥା ନାହିଁ । ତେଣୁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଭିମସାରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗ୍ୟାଙ୍ଗଷ୍ଟାର ସୁଶାନ୍ତକୁ କଟକ ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ପଛପଟ ଗେଟ୍ ଦେଇ ଆମ୍ବୁଲାନ୍ସକୁ ଡାକ୍ତରଖାନାରୁ ବାହାର କରାଯାଇଥିଲା । ବୁର୍ଲାରୁ କଟକ ମଧ୍ୟରେ ଯେତିକି ଜିଲ୍ଲା ଦେଇ ଆମ୍ବୁଲାନ୍ସ ଯାତ୍ରା କରିବ ସମସ୍ତ ଜିଲ୍ଲାର ଏସ୍ପିମାନଙ୍କୁ ଆଲର୍ଟ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଜ ନିଜ ଏରିଆ ପାର୍ କରାଇବାକୁ ନିର୍ଦ୍ଦେଶ ରହିଛି ।












Click it and Unblock the Notifications