ପୁରୀରେ ଗର୍ଜିଲା ଲଢୁଆ ବିମାନ
ଭୁବନେଶ୍ୱର ପରେ ପୁରୀ ଆକାଶରେ ସୂର୍ଯ୍ୟକିରଣ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଆଜି ଏୟାର ଶୋ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି ଏୟାର ଶୋ’ ସୂର୍ଯ୍ୟକିରଣ ଆୟୋଜିତ କରାଯାଇଥିଲା।
ପୁରୀ: ଭୁବନେଶ୍ୱର ପରେ ପୁରୀ ଆକାଶରେ ସୂର୍ଯ୍ୟକିରଣ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଆଜି ଏୟାର ଶୋ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି ଏୟାର ଶୋ' ସୂର୍ଯ୍ୟକିରଣ ଆୟୋଜିତ କରାଯାଇଥିଲା। ଗତକାଲି ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହର୍ସଲ୍ କରିଥିବା ବେଳେ ଆଜି ଏୟାର ଶୋ' ହୋଇଥିଲା। ପାଗରେ ସୁଧାର ଆସିବା ପରେ ଏହି ଏୟାର ଶୋ' ହୋଇଥିଲା।

ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ଏୟାର ଶୋ । ଏଥିରେ ସାମିଲ ହୋଇଥିଲେ ୯ଟି ମାର୍କ-୧୩୨ ଫାଇଟର ଏୟାର କ୍ରାଫ୍ଟ । ଏୟାର ଶୋ ଦେଖିବା ପାଇଁ ବେଳାଭୂମିରେ ପହଞ୍ଚିଥିଲେ ରାଜ୍ୟପାଳ ଗଣେଶୀ ଲାଲ । ସେହିପରି ଶୋ' ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ତେବେ ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ' ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ' ପ୍ରଦର୍ଶିତ ହୋଇଥିଲା।
ତେବେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମ ବାତିଲ ହେବାର ସମ୍ଭାବନା ଥିଲା । ତଥାପି ଲୋକଙ୍କ ମନରେ ଉତ୍କଣ୍ଠା କମି ନଥିଲା । ଶୋ' ଦେଖିବାକୁ ବେଳାଭୂମିରେ ପ୍ରବଳ ଭିଡ ଜମିଥିଲା । ଯୁବପିଢୀଙ୍କ ମଧ୍ୟରେ ସେନା ବାହିନୀରେ ସାମିଲ ହେବାକୁ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଏୟାର ଶୋ'।
ସୂଚନାଥାଉ କି, ଗତ ଶୁକ୍ରବାର ଦିନ ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ' ଆୟୋଜିତ ହୋଇଥିଲା। ବାଲିଯାତ୍ରା ପଡ଼ିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକ ଏହି ସୂର୍ଯ୍ୟକିରଣ ଶୋ' ଦେଖିଥିଲେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୧୮ରୁ ୨୦ ମିନିଟ୍ ଏୟାର ଶୋ' ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଥିବା ବେଳେ ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଥିଲେ।












Click it and Unblock the Notifications