ଶ୍ରୀକ୍ଷେତ୍ରରେ ସୂର୍ଯ୍ୟକିରଣ ଶୋ : ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଏୟାର ଶୋ' ପ୍ରଦର୍ଶନ
ଶ୍ରୀକ୍ଷେତ୍ରରେ ସୂର୍ଯ୍ୟକିରଣ ଶୋ : ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଏୟାର ଶୋ' ପ୍ରଦର୍ଶନ
ପୁରୀ: ରାଜଧାନୀ ପରେ ଶ୍ରୀକ୍ଷେତ୍ରରେ ଆୟୋଜିତ ହେଲା ସୂର୍ଯ୍ୟକିରଣ ଶୋ' । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଆଜି ଏୟାର ଶୋ' ପ୍ରଦର୍ଶନ । ଏରୋବେଟିକ୍ ଟିମ ଆକାଶ ମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି । ଏକା ସହିତ ପୁରୀ ଆକାଶରେ ଉଡ଼ିଲା ୯ଟି ହକ୍ ଲଢୁଆ ବିମାନ । ଏଥିପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବାର ଦେଖିବା ପାଇଁ ମିଳିଥିଲା । ତେବେ ପ୍ରଥମ ଥର ପାଇଁ ପୁରୀରେ ଆୟୋଜିତ ହୋଇଥିଲା ସୂର୍ଯ୍ୟକିରଣ ଶୋ' ।

ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରେ ପାଗ ଖରାପ ରହିବାର ଆଶଙ୍କା ଥିବାରୁ ଆଜି ଶୋ'ରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲା ଜିଲ୍ଲାପ୍ରଶାସନ । ଯଦି ଆସନ୍ତାକାଲି ପାଗ ଭଲ ରୁହେ ତେବେ ପୁଣି ଦେଖିବା ପାଇଁ ମିଳିବ ସୂର୍ଯ୍ୟକିରଣ ଶୋ'ର ଜଲୱା । ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ଶୋ' ପାଇଁ ପାଇଲଟଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା ।












Click it and Unblock the Notifications