ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ: ଆକାଶରେ ଦମ୍ ଦେଖାଇଲେ ବାୟୁବୀର
ରାଜଧାନୀ ଆକାଶରେ ଉଡିଲା ୯ଟି ହକ୍ ବିମାନ । ଭୁବନେଶ୍ୱରରେ ଆୟୋଜିତ ହେଲା ସୂର୍ଯ୍ୟକିରଣ ଶୋ । ଆକାଶରେ ଦମ୍ ଦେଖାଇଲେ ବାୟୁବୀର । ସ୍ଥାନୀୟ କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ଆୟୋଜିତ ହୋଇଛଇ ସୂର୍ଯ୍ୟକିରଣ ଶୋ ।
ଭୁବନେଶ୍ୱର: ରାଜଧାନୀ ଆକାଶରେ ଉଡିଲା ୯ଟି ହକ୍ ବିମାନ । ଭୁବନେଶ୍ୱରରେ ଆୟୋଜିତ ହେଲା ସୂର୍ଯ୍ୟକିରଣ ଶୋ । ଆକାଶରେ ଦମ୍ ଦେଖାଇଲେ ବାୟୁବୀର । ସ୍ଥାନୀୟ କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ଆୟୋଜିତ ହୋଇଛଇ ସୂର୍ଯ୍ୟକିରଣ ଶୋ । ଏଥିପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି । ଦିନ ୧୦ଟାରୁ ଆରମ୍ଭ ହୋଇ ୧୧ ଟା ଯାଏଁ ଚାଲିଲା ଏହି ଶୋ ।

ସୂର୍ଯ୍ୟକିରଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଜଣ ଅଧିକାରୀଙ୍କ ସହ ନଦୀପଠାରେ ଓଡ୍ରାଫ ଟିମ୍ ମୁତୟନ ହୋଇଥିଲେ। ଆସନ୍ତା ୧୮ତାରିଖରେ ପୁରୀରେ ହବ ସୂର୍ଯ୍ୟକିରଣ ଶୋ।
ବାଲିଯାତ୍ରା ପଡିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟ ଶୋ ଦେଖିଥିଲେ । ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୧୮ରୁ ୨୦ ମିନିଟ୍ ଶୋ ହୋଇଛି । ଏହାକୁ ଦୁଇଟି ପଯର୍ୟାୟ କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ୯ଜଣ ପାଇଲଟଙ୍କ ଆଉ ଦୁଇଜଣ ଷ୍ଟାଣ୍ଡବାଇ ରହିଛନ୍ତି । ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ସୋ ପାଇଁ ସେମାନଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା ।












Click it and Unblock the Notifications