ଟ୍ରେନ ପ୍ରକଳ୍ପ ପାଇଁ ରାଜଧାନୀରେ ଆରମ୍ଭ ହେଲା ସର୍ଭେ

ମେଟ୍ରୋ ପାଇଁ ଆରମ୍ଭ ହେଲା କାମ । ଆଜି ଠାରୁ ଆରମ୍ଭ ହୋଇଛି ସର୍ଭେ କାମ । ବହୁପ୍ରତିକ୍ଷୀତ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ସର୍ଭେ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ କରାଯାଉଛି । ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ଦ୍ବାରା କରାଯାଉଥିବା । ଏଥିରେ ବିଡିଏ, ବିଏମସି, ୱାଟକୋ, ଟିପିସିଓଡିଏଲ, ଗେଲ୍‌ ବିଏସଏନଏଲ, ଟ୍ରାଫିକ ପୋଲିସ ଟିମ୍ ନିୟୋଜିତ ଅଛନ୍ତି । ମେଟ୍ରୋ ଯିବାକୁ ଥିବା ରାସ୍ତାରେ ଗଛ, ବିଦ୍ଯୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି । ମେଟ୍ରୋ ପାଇଁ ରାସ୍ତାରୁ ହଟିବ ୟୁଟିଲିଟି ଲାଇନ ।

metro

ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିସ୍ଥାପନ କରିଥିଲେ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି ।

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।କ୍ୟାପିଟାଲ ହସ୍ପିଟାଲରୁ ବାପୁଜୀନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର ଦେଇ ଆଚାର୍ଯ୍ୟବିହାର ଛକ ଯାଏଁ ପ୍ରାୟ ୭ କିଲୋମିଟର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬୮କୋଟି ଟଙ୍କାର ଟେଣ୍ଡର ଡକାଯାଇଛି । ଏପଟେ ବାରଙ୍ଗ ଅଞ୍ଚଳର ରତାଗଡ଼ରେ ମେଟ୍ରୋ ରେଳର କେନ୍ଦ୍ରୀୟ ଡିପୋ ପାଇଁ ୪୦ଏକର ଜାଗାରେ କାମ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+