ପୁରୀରେ ଏୟାରପୋର୍ଟକୁ ନେଇ ସର୍ଭେ ଆରମ୍ଭ
ବିଶ୍ୱ ପ୍ରସିଦ୍ଧ ସହର ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ନିର୍ମାଣକୁ ନେଇ ସର୍ଭେ। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ମେରାଇନ୍ ଡ୍ରାଇଭ ରୋଡ୍ ଓ ଗିରଳ ସିପସରୁବାଲିରେ ଏନେଇ ସର୍ଭେ କରାଯାଉଛି।
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ସହର ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ନିର୍ମାଣକୁ ନେଇ ସର୍ଭେ। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ମେରାଇନ୍ ଡ୍ରାଇଭ ରୋଡ୍ ଓ ଗିରଳ ସିପସରୁବାଲିରେ ଏନେଇ ସର୍ଭେ କରାଯାଉଛି। ଏହି ସର୍ଭେରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସମତେ ପ୍ରମୁଖ ଅଧିକାରୀ ମାନେ ସାମିଲ୍ ହୋଇଛନ୍ତି।

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ଟିମ୍ ପହଞ୍ଚି ସର୍ଭେ କରୁଛନ୍ତି। ଦୁଇଟି ଜାଗା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଉପରେ ଫୋକସ୍ କରାଯାଇଛି। ଏଠାରେ ଅନେକ ବର୍ଷ ତଳେ ଏକ ଏୟାର ଷ୍ଟ୍ରିପ୍ ରହିଥିବା ଜଣାପଡିଛି।ସେହିପରି ପୁରୀ ବ୍ରହ୍ମଗିରି ରାସ୍ତାରେ ରହିଥିବା ଗିରଳ ସିପସରୁବାଲି ଠାରେ ମଧ୍ୟ ଅନୁଧ୍ୟାନ କରଯାଉଛି।












Click it and Unblock the Notifications