ଅଯୋଗ୍ୟ ରାସନ୍ କାର୍ଡଧାରୀ ସରେଣ୍ତର କରନ୍ତୁ
Surrender Ration Cards : ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିୁଛି ତୁରନ୍ତ ରାସନକାର୍ଡ ସରେଣ୍ତର କରି ଦିଅନ୍ତୁ । ତେବେ ଯଦି ଏପରି ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କାର୍ଡ ସରେଣ୍ତର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏପରି ଅନେକ ଲୋକ ରାସନ କାର୍ଡ ବ୍ୟବହାର କରୁଛନ୍ତି ଯେଉଁ ମାନେ ସରକାରୀ ଚାକିରି କରିଛନ୍ତି ଏପରିକି ଅନେକ ଡାକ୍ତର ଓ ଶିକ୍ଷକଙ୍କ ପାଖରେ ମଧ୍ୟ ରାସନ୍ କାର୍ଡ ରହିଛି । ତେବେ ଏପରି ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ନି ତୁରନ୍ତ କାର୍ଡ ସରେଣ୍ତ କରିବା ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି, ଇ-କେୱାଇସି ସରିବା ପୂର୍ବରୁ ସରେଣ୍ତର କରିନିଅନ୍ତୁ ଏପରି କୌଣସି ଡେଡଲାଇ ନାହିଁ ।












Click it and Unblock the Notifications