ମୋ ପାଇଁ ସରପ୍ରାଇଜ, ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ଏମିତି କହିଲେ ସୁଜିତ କୁମାର
ବିଜେପି ଶାସକ ଦଳରେ ଥିବାରୁ ଏଥିରୁ କିଏ ରାଜ୍ୟସଭାକୁ ଯିବେ, ତାହାକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଏକ ପ୍ରକାର ଅନ୍ତ ଘଟିଛି। ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ମନମୋହନ ସାମଲ ପ୍ରଥମ ଆସନ ପାଇଁ ଏବଂ ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏନେଇ ମଙ୍ଗଳବାର ଭାଜପା କେନ୍ଦ୍ରୀୟ କମିଟି ନାଁ ଘୋଷଣା କରିଛି।

ପ୍ରାର୍ଥୀ ଘୋଷଣା ପରେ ସୁଜିତ କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ପାଇଁ ସରପ୍ରାଇଜ, ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା।ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି। ଭାଜପା କର୍ମକର୍ତ୍ତାଙ୍କୁ ଧନ୍ୟବାଦ। ବିଗତ ୬ ବର୍ଷରେ କେବିକେ ଜିଲା ପାଇଁ ବହୁ କାମ କରିଛି। ଆଗକୁ ମଧ୍ୟ କେବିକେ ଜିଲାର ଭିତ୍ତିଭୂମି ପାଇଁ ଉଦ୍ୟମ ରହିବ।












Click it and Unblock the Notifications