ଅନାସ୍ଥା ଭୋଟ୍ରେ ପଦ ହରାଇଲେ ସରପଞ୍ଚ, ବିପକ୍ଷରେ ପଡିଲା ଏତିକି ଭୋଟ
ଅନାସ୍ଥା ଭୋଟ୍ରେ ହାରିଲେ ସରପଞ୍ଚ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତରେ ହୋଇଥିବା ଅନାସ୍ଥା ଭୋଟ୍ରେ ହାରି ଯାଇଛନ୍ତି ସରପଞ୍ଚ ପ୍ରତିମା ସେଠୀ ।

ଅନାସ୍ଥା ସପକ୍ଷରେ ୧୦ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଛି ୨ଟି ଭୋଟ । ଯାହାଫଳରେ ନିଜ ସରପଞ୍ଚ ପଦ ହରାଇଛନ୍ତି ପ୍ରତିମା ସେଠୀ ।
ସେହିପରି ୧୫ ଗୋଟି ଓ୍ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୩ଟି ଓ୍ୱାର୍ଡର କୌଣସି ସଭ୍ୟ କିମ୍ବା ସଭ୍ୟା ନାହାନ୍ତି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ତହସିଲଦାର ପ୍ରିୟବ୍ରତ ଦାଶ ଅନାସ୍ଥା ଭୋଟିଂ ପରିଚାଳନା କରିଥିଲେ। ବେଶ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଛି ଅନାସ୍ଥା ଭୋଟିଂ। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭୋଟିଂ ପରେ ଅନାସ୍ଥା ଆଣିଥିବା ସଦସ୍ୟ-ସଦସ୍ୟା ମାନେ ଖୁସି ବ୍ୟକ୍ତ କରିଛନ୍ତି।












Click it and Unblock the Notifications