ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

Surma Padhi

ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି।
ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ପ୍ରାର୍ଥୀ ହିଁ ବାଚସ୍ପତି ପାଇଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଭାଜପାରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ହିମାଂଶୁ ଶେଖର ସାହୁ, ବଡ଼ମ୍ବାରୁ ବିଜୟ ଦଳବେହେରା ଏବଂ ମାହାଙ୍ଗାରୁ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି। ତେବେ ଏହି ୩ ବିଧାୟକ ଭାଜପା ସପକ୍ଷରେ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ହେଲେ ଶାସକ ଦଳ ସପକ୍ଷରେ ୮୧ ଖଣ୍ଡ ଭୋଟ ପଡ଼ିବା ସମ୍ଭାବନା ରହିଛି। ସେହିପରି କଂଗ୍ରେସ,ବିଜେଡି ଏବଂ ସିପିଆଇ(ଏମ)ର ସଦସ୍ୟଙ୍କୁ ମିଶାଇଲେ ବିରୋଧୀ ଦଳ ସପକ୍ଷରେ ମୋଟ ୬୬ ଖଣ୍ଡ ଭୋଟ ପଡ଼ିବ। ତେଣୁ ବିରୋଧୀମାନେ ଏକାଠି ହୋଇ ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ ନ ଦେବା ଯଥେଷ୍ଟ ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+