ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର; ଲାଗିଛି ଅକ୍ସିଜେନ ସପୋର୍ଟ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ହୋଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱବଧାନରେ ଶରୀରର ପୋଡ଼ି ଯାଇଥିବା ଅଂଶରେ ସର୍ଜରୀ ହୋଇଛି ।

ଗତକାଲି ବଳଙ୍ଗା ପୀଡ଼ିତାଙ୍କ ଘର ପାଖରୁ ୩ ଜଣଙ୍କୁ ଉଠାଇ ନେଇଥିଲା ପୁଲିସ । ୩ ଜଣଙ୍କୁ ଜୋରଦାର ଜେରା କରାଯାଇଥିଲା ସୂଚନା । ବଳଙ୍ଗା ଘଟଣାକୁ ୬ ଦିନ ବିତି ଯାଇଛି । ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରୁଛି । ସେପଟେ ଗତକାଲି ପରିବାର ଲୋକ ପୀଡ଼ିତାଙ୍କୁ ପ୍ରଥମଥର ଭେଟିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ୫ ଦିନ ପରେ ଭେଟିଲେ ସମ୍ପର୍କୀୟ ।

Surgery for balanga pidita at Delhi AIIMS

ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହେଲଥ ବୁଲେଟିନରେ କୁହାଯାଇଛି, ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସେ ବର୍ତ୍ତମାନ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ଡାକ୍ତରମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଗତ ଶନିବାର ଦିନ ନାବାଳିକାଙ୍କୁ ଟେକିନେଇ ଜାଳି ଦେଇଥିଲେ କିଛି ଦୁର୍ବୃତ୍ତ । ପ୍ରଥମେ ତାଙ୍କୁ ପିପିଲି ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ପୀଡ଼ିତାଙ୍କ ଶରୀରର ୭୫ ଭାଗ ପୋଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କାହାରିକୁ ଗିରଫ କରାଯାଇପାରିନାହିଁ । ସ୍ପେଶାଲ ସ୍କାଡ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+