କଂଗ୍ରେସକୁ ଟାର୍ଗେଟ କଲେ ସୁରେଶ ପୂଜାରୀ, କହିଲେ ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି କଥା

ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ଭାଜପା ଉପରେ ବର୍ଷିଛନ୍ତି ରାହୁଲ। ଭାଜପାକୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ଗରିବଙ୍କୁ ଲୁଟୁଛନ୍ତି ସରକାର। ଭାଜପା ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର୍‌ କିପରି ଆସିଲେ। ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି।

Suresh Pujari

ଯାହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଭାଜପା ମନ୍ତ୍ରୀ ସୁରେଶ ପୂଜାରୀ। ସୁରେଶ ପୂଜାରୀ କହିଛନ୍ତି, ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ ହେଉଛି କଂଗ୍ରେସ। ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା। ରାଜନୈତିକ ଦଳକୁ ବ୍ୟାନ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍‌ରେ ପୂରାଇଲେ। ରାହୁଲଙ୍କ କଥା 'ଶୋ ଚୁହା ଖାକେ ବିଲି ହଜକୋ ଚଲି ଭଳି। ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି।

ଅନ୍ୟପଟେ ରାହୁଲ ଓ ଖାର୍ଗେଙ୍କ ସମାଲୋଚନା ପରେ ପ୍ରଦୀପ ପୁରୋହିତ ମଧ୍ୟ କଡ଼ା ଜବାବ ଦେଇ କହିଛନ୍ତି, ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ। ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା। କିନ୍ତୁ ଛବିରାଣୀ ଓ ଅନ୍ୟ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା। ଆଜି କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ଆଜି ସେମାନଙ୍କ କୃତକର୍ମର ଫଳ ପାଉଛି କଂଗ୍ରେସ। ଓଡ଼ିଶାର ଲୋକେ ସେମାନଙ୍କ କଥା ଶୁଣିବା ସ୍ଥିତିରେ ନାହାନ୍ତି। ଡ୍ରାଇଭରଙ୍କ ଦାବି କିପରି ପୂରଣ କରାଯିବ ସେନେଇ ଉଦ୍ୟମ ଚାଲିଛି। ରଥ ଅଘଟଣକୁ ଗୁରୁତର ସହ ନେଇଛନ୍ତି ସରକାର। ତଦନ୍ତ ହେବ, କେଉଁଠି ତ୍ରୁଟି ରହିଲା ତର୍ଜମା ହେବ। ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+