ନୂଆ ବର୍ଷରେ ଦୁଇ ବରିଷ୍ଠ ଅଫିସରଙ୍କ ଦାୟିତ୍ୱ ଗ୍ରହଣ
ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ମହାପାତ୍ର। ସେହିପରି ନୂଆ ଉନ୍ନୟନ କମିଶନର ଭାବେ ପ୍ରଦୀପ କୁମାର ଜେନା ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ରାଜ୍ୟ ଦୁଇ କ୍ଷମତା ଗାଦିରେ ବସିଛନ୍ତି ଦୁଇ ବରିଷ୍ଠ ଆଇଏଏସ୍ ଅଫିସର । ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ମହାପାତ୍ର। ସେହିପରି ନୂଆ ଉନ୍ନୟନ କମିଶନର ଭାବେ ପ୍ରଦୀପ କୁମାର ଜେନା ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୮୬ ବ୍ୟାଚ୍ର ଆଇଏଏସ୍ ଅଫିସର ଶ୍ରୀ ମହାପାତ୍ରଙ୍କୁ ଡିସେମ୍ବର ୨୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଅସିତ କୁମାର ତ୍ରିପାଠୀ ଅବସର ନେବା ପରେ ଆଜି ସେ ଏହି ଦାୟିତ୍ୱ ନେଇଛନ୍ତି। ସେହିପରି ଆଗରୁ ଏସଆରସି ନିର୍ଦ୍ଦେଶକ ଭାବେ ଦାୟୀତ୍ବ ତୁଲାଉଥିଲେ ପ୍ରଦୀପ ଜେନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ସେହିପରି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ ଜିଲ୍ଲାର ଜିଲ୍ଲାପାଳ ରହିଥିଲେ। ସେ ଜଳ ସଂପଦ, ଜଙ୍ଗଲ ଓ ପରିବେଶ, ଶକ୍ତି, ଗୃହ, କୃଷି ଓ ଶିଳ୍ପ ଭଳି ପ୍ରମୁଖ ବିଭାଗ ଗୁଡ଼ିକରେ କାର୍ଯ୍ୟ କରିଛନ୍ତି।












Click it and Unblock the Notifications