ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ ସିଂହ; ସଂଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କଲେ

ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ ସିଂହ । ସଂଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କଲେ ଦେବଦତ୍ତ ସିଂହ । ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ ।

ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍‌ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ଦ୍ବୈତନଗରୀ ପୁଲିସ କମିସନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏଡିଜି-ଅପରେସନ୍‌ ଥିଲେ।

Suresh Dev Datta Singh

ସେହିଭଳି ରାଜ୍ୟର ଚର୍ଚ୍ଚିତ ଆଇପିଏସ୍‌ ତଥା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ‌ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେଲ୍‌ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଏସ୍‌ଏମ୍‌ ନର୍‌ଭଣେଙ୍କୁ ଓଏସ୍‌ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟିବାକୁ ପଡ଼ିଛି। ତାଙ୍କୁ ପୁଲିସ ଆଧୁନିକୀକରଣର ଏଡିଜିପି ଭାବେ ଦାୟିତ୍ବ ମିଳିଛି। ଆର୍‌ପି କୋଚେଙ୍କୁ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। କୋଚେଙ୍କୁ ଏଡିଜି ସ୍ପେସାଲ୍‌ ଆର୍ମଡ ପୁଲିସରୁ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ରାଜେଶ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ତଥା ପୁଲିସ ହାଉସିଂ କର୍ପୋରେସନ୍‌ର ସିଏମ୍‌ଡି ପଦରୁ ସନ୍ତୋଷ ବାଲାଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରାଧାକିଶନ୍‌ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ଶ୍ରୀମତୀ ବାଲାଙ୍କୁ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଓ‌ ‌ଫୋରେନ୍‌ସିକ୍‌ ଲ୍ୟାବ୍‌ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଗୁଇନ୍ଦା ବିଭାଗ ଦାୟିତ୍ବରେ ଥିବା ଅନୁପ କୁମାର ସାହୁଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମିରେ ଅବସ୍ଥାପିତ କରାଯାଇଛି।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଲାଗି ପୁଲିସକୁ ତାଗିଦ କରିଥିଲେ। ତେଣୁ ଆଜିର ଏହି ବଦଳିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ରବିବାର ସନ୍ଧ୍ୟାରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର କିଛି ଜିଲ୍ଲାରେ ନୂଆ ଏସ୍‌ପିମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେହିଭଳି କ୍ରାଇମ୍‌ବ୍ରାଞ୍ଚ୍‌, ଗୁଇନ୍ଦା ବିଭାଗ, ଭିଜିଲାନ୍‌ସ, ଅପରେସନ୍‌ ଆଦି ଉପବିଭା‌ଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଡିଆଇଜି ରୢାଙ୍କ୍‌ଧାରୀ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସ୍‌ପି ଦାୟିତ୍ବରୁ ଅବ୍ୟାହତି ଦେଇ ଭୁବନେଶ୍ବର ଅତିରିକ୍ତ ସିପି ଦାୟିତ୍ବ ମିଳିଛି। ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସ୍‌ପି ପଦରୁ ବଦଳିକରି ଦକ୍ଷିଣାଞ୍ଚଳ ଡିଆଇଜି ଦାୟିତ୍ବ ଦିଆଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ନୀତିଶେଖରଙ୍କୁ ବଦଳି କରି ଦକ୍ଷିଣ-ପଶ୍ଚିମ ରେଞ୍ଜ୍‌ ଡିଆଇଜି କରାଯାଇଛି। ଆଇଜି ଏସ୍‌ ସାଇନିଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମିରୁ ବଦଳି କରାଯାଇ ତାଙ୍କୁ ମହିଳା ଓ ଶିଶୁ ଅପରାଧ ବିରୋଧୀ ବିଭାଗରେ ଅବସ୍ଥାପିତ କରାଯାଇଛି। ସେହିପରି ସଞ୍ଜୟ କୁମାର କୌଶଳଙ୍କୁ ଆଇଜି ସେଣ୍ଟ୍ରାଲ ରେଞ୍ଜ୍‌ରୁ ବଦଳି କରାଯାଇ ଆଇଜି ଭିଜିଲାନ୍ସ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆଇପିଏସ୍‌ ଜୟନାରାୟଣ ପଙ୍କଜଙ୍କୁ ଆଇଜି ଅପରେସନ୍‌ ଭାବେ ଅବସ୍ଥାପିତ କରାଯାଇଛି ।ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପୁରୀ ଏସ୍‌ପି ପିନାକ ମିଶ୍ର ନୂଆ ଦାୟିତ୍ବ ବହନ କରିବେ। କଟକ ଡିସିପି ଆର୍‌ ପ୍ରକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଡିଆଇଜି ଭାବେ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ଜଗମୋହନ ମୀନାଙ୍କୁ ଅଣାଯାଇଛି। ଯାଜପୁର ଏସ୍‌ପି ଭିନିତ୍ ଅଗ୍ରୱାଲ୍‌ଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି ଏବଂ ସାଗରିକା ନାଥଙ୍କୁ ବାଲେଶ୍ବରରୁ ବଦଳି କରି ଖୋର୍ଦ୍ଧା ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି। ବୌଦ୍ଧ ଏସ୍‌ପି ରାଜ୍‌ ପ୍ରସାଦଙ୍କୁ ବାଲେଶ୍ବର ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି। ଭଦ୍ରକ ଏସ୍‌ପି ଭରୁଣ ଗୁଣ୍ଟୁପାଲିଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇ ତାଙ୍କ ସ୍ଥାନରେ ଢେଙ୍କାନାଳ ଏସ୍‌ପି ମଦକର୍‌ ସନ୍ଦୀପ ସମ୍ପତ୍‌ଙ୍କୁ ଦାୟିତ୍ବ ମିଳିଛି। ଭିଜିଲାନ୍‌ସ ଏସ୍‌ପି ସର୍ଭଣ ବିବେକ ଏମ୍‌ଙ୍କୁ ବଦଳି କରି ବ୍ରହ୍ମପୁର ଏସ୍‌ପି ଭାବେ ନୂଆ ଦାୟିତ୍ବ ଦିଆଯାଇଛି। ଭିଜିଲାନ୍‌ସ ଏସ୍‌ପି ଭାବେ ଦେବଗଡ଼ ଏସ୍‌ପି ଅନୁପମା ଜେମ୍‌ସଙ୍କୁ ଅବସ୍ଥାପିତ କରାଯାଇଛି। ମୟୂରଭଞ୍ଜ ଏସ୍‌ପି ଏସ୍‌ ସୁଶ୍ରୀଙ୍କୁ ନୟାଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି ଏବଂ ନୟାଗଡ଼ରୁ ରାହୁଲ୍‌ ଜୈନଙ୍କୁ ଅନୁଗୁଳ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।

ସେହିଭଳି ନକ୍ସଲପ୍ରବଣ ଜିଲ୍ଲାଗୁଡ଼ିକରେ ମଧ୍ୟ ନୂଆ ଏସ୍‌ପି ଦାୟିତ୍ବ ନେଇଛନ୍ତି। ମାଲକାନଗିରି ଏସ୍‌ପି ନିତେଶ ୱାଧୱନିଙ୍କୁ ରାଉରକେଲା ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କୁ ଗଞ୍ଜାମ ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ଭାବେ ହରିଶ୍‌ ବି.ସି ଦାୟିତ୍ବ ନେଇଛନ୍ତି। ତାଙ୍କୁ ରାୟଗଡ଼ାରୁ ବଦଳି କରାଯାଇଛି। ରାୟଗଡ଼ା ଏସ୍‌ପି ଭାବେ ମିସ୍‌ ସ୍ବାଥୀ ଏସ୍‌ କୁମାରଙ୍କୁ ନିଯୁକ୍ତି ମିଳିଛି। ସେ ପୂର୍ବରୁ ଗଜପତି ଏସ୍‌ପି ଦାୟିତ୍ବରେ ଥିଲେ। ନବରଙ୍ଗପୁର ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ନବରଙ୍ଗପୁରରେ ଏସ୍‌ପି ଭାବେ ମିହିର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ସୋନପୁରରୁ ବଦଳି ହୋଇ ୟଶ୍‌ ପ୍ରତାପ ଶ୍ରୀମଲ୍ ଯାଜପୁର ଏସ୍‌ପି ଭାବେ ନିୟୋଜିତ କରାଯାଇଛି। ତାଙ୍କ ସ୍ଥାନରେ ରାମ ପ୍ରସାଦ ସାହୁ ସୋନପୁର ଏସ୍‌ପି ଦାୟିତ୍ବ ପାଇଛନ୍ତି। ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ(ସୁରକ୍ଷା) ପଦରୁ ବଦଳି ହୋଇ ଗଜପତି ଏସ୍‌ପି ଦାୟିତ୍ବ ପାଇଛନ୍ତି।

ସତ୍ୟଜିତ୍‌ ନାୟକଙ୍କୁ ଏଚ୍‌ଆର୍‌ପିସି ଡିଆଇଜିରୁ ବଦଳି କରି ପୂର୍ବାଞ୍ଚଳ ରେଞ୍ଜ୍‌ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ବ୍ରିଜେଶ୍‌ କୁମାର ରାୟଙ୍କୁ ରାଉରକେଲା ଏସ୍‌ପି ପଦରୁ ବଦଳି କରି ପଶ୍ଚିମାଞ୍ଚଳ ରେଞ୍ଜ୍‌ ଡିଆଇଜି(ରାଉରକେଲା) ଦାୟିତ୍ବ ଦିଆଯାଇଛି। ଚରଣସିଂ ମୀନାଙ୍କୁ ଦକ୍ଷିଣ-ପଶ୍ଚିମ ରେଞ୍ଜ୍‌ ଡିଆଇଜିରୁ ବଦଳି ହୋଇ କେନ୍ଦ୍ରାଞ୍ଚଳ ଡିଆଇଜି ପଦବିରେ ଅବସ୍ଥାପିତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+