Get Updates
Get notified of breaking news, exclusive insights, and must-see stories!

ଗାଲୁଡିହ ବ୍ୟାରେଜରୁ ମାଡି ଆସୁଛି ପାଣି: ମୟୂରଭଞ୍ଜ, ବାଲେଶ୍ୱରରେ ନିଶ୍ଚିତ ବନ୍ୟା ହେବ

ବର୍ତ୍ତମାନ ରାଜ୍ୟରେ ବର୍ଷାର ପ୍ରକୋପ କମିଥିଲେ ବି ଟଳିନି ବନ୍ୟା ବିପଦ । ଏନେଇ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ । ଏଠାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ।

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବର୍ଷାର ପ୍ରକୋପ କମିଥିଲେ ବି ଟଳିନି ବନ୍ୟା ବିପଦ । ଏନେଇ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ । ଏଠାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ।

odisha flood

ସେ କହିଛନ୍ତି, ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର । ଜାମଶୋଳା ଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ଗତକାଲି ରାତିରେ ଝାଡଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେଣୁ ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ ।

ସେହିପରି ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି କହିଛନ୍ତି SRC । ମୁଣ୍ଡଳିରେ ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକୁ ଆସିଲାଣି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ଅଧିକ ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି । କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ଅଛି, ଆଉ ସବୁ ବନ୍ଦ ରହିଛି । ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ ।

ଅନ୍ୟପଟେ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମି. ଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମି ଥିବା ବେଳେ ଜଳସ୍ତର ଏବେ ୭.୪୨ ମି. ରହିଛି । ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମି.ଥିବା ବେଳେ ଜଳସ୍ତର ୭.୯୮ ମି.ରହିଛି । ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ଇା, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସେହିପରି ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+