ଶପଥ ନେଲେ ସୂରଜ ସୂର୍ଯ୍ୟବଂଶୀ, ଧାମନଗର ବାସୀଙ୍କୁ କୃତଜ୍ଞତା ଜଣାଇଲେ
ଶପଥ ନେଲେ ସୂରଜ ସୂର୍ଯ୍ୟବଂଶୀ, ଧାମନଗର ବାସୀଙ୍କୁ କୃତଜ୍ଞତା ଜଣାଇଲେ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଆଜି ଧାମନଗର ବିଧାୟକ ଭାବେ ଶପଥ ନେଇଛନ୍ତି ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମୟରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ବିଧାୟକ ଉପସ୍ଥିତ ଥିଲେ । ସୂରଜ ମୁଣ୍ଡିଆ ମାରି ବିଧାନସଭା ଭିତରକୁ ପ୍ରବେଶ କରିଥିଲେ । ଆଜିଠୁ ବିଧିବଦ୍ଧ ଭାବେ ବିଧାୟକ ହୋଇଛନ୍ତି ସୂରଜ ସୂର୍ଯ୍ୟବଂଶୀ ।

ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ । ଯେଉଁଠି ତାଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଥିଲା । ଧାମନଗର ବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଥାଉ ଯେ, ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଥିଲେ । ବିଜେଡିକୁ ପଛରେ ପକାଇ ମୋଟ୍ ୮୦,୦୯୦ ଭୋଟ୍ରେ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ । ପିତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡିଥିଲା ।












Click it and Unblock the Notifications