ସାନ ପୁଅ ମନ୍ମଥ କଂଗ୍ରେସରୁ ଲଢିବ ବୋଲି କହିଲେ ସୁର, ପୁଅ କହିଥିଲେ କଂଗ୍ରେସରୁ ଲଢିବିନି

ଗତକାଲି ବରିଷ୍ଠ ନେତା କଂଗେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଥିଲେ ମୁଁ କଂଗ୍ରେସରୁ ଲଢିବିନି । ହେଲେ ୨୪ ଘଣ୍ଟା ବିତିନଥିବା ବେଳେ ସୁର ଭାଇ କହିଛନ୍ତି, ସେ କଂଗ୍ରେସରୁ ଲଢିବ । ଅଲବତ କଂଗ୍ରେସରୁ ଲଢିବ ।

ଜଟଣୀରୁ କଂଗ୍ରେସ ବିଧାୟକ ଥିବା ସୁରେଶ ରାଉତରାୟ ଆହୁରି କହିଛନ୍ତି ଯେ, ତାଙ୍କ ପୁଅ ଜଟଣୀ ଆସନରୁ ଲଢିବ । ସୁର ଭାଇ କହିଛନ୍ତି ଯେ, ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ । ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ଗତକାଲି ପୁଅ ଅଲଗା କଥା କହିଥିବା ବେଳେ ସୁର ଭାଇ ଆଜି ଅଲଗା କଥା କହିଛନ୍ତି ।

ସୁର ଭାଇ କହିଛନ୍ତି, ମୁଁ ଆଗାମୀ ନିର୍ବାଚନରେ ଲଢିବିନି । ମୋ ସାନ ପୁଅ ମନ୍ମଥ ନିର୍ବାଚନର ଜଟଣୀରୁ ଲଢିବ । ତାକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ।

ପ୍ରତ୍ୟକ୍ଷ ରାଜନୀତିରେ ସାନପୁଅର ସେତେଟା ଅଭିଜ୍ଞତା ନାହିଁ । ତେଣୁ ସେ କଂଗ୍ରେସରୁ ଲଢିବାକୁ ମନା କରିଛି । ତେବେ ସାନପୁଅ କଂଗ୍ରେସରୁ ଅଲବତ ଲଢିବ ବୋଲି ସୁର କହିଛନ୍ତି ।

ଗତକାଲି ରାତିରେ ସାନପୁଅ ସହ କଥା ହୋଇଥିବା କହିଛନ୍ତି ସୁର ରାଉତରାୟ । ତେବେ ଏହା ପରେ ରାଜନୈତିକ ସମୀକରଣ ଅଲଗା ଦେଖା ଦେଇଛି ।

sura_routaray

ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି କାଲି କହିଥିଲେ । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରି ନଥିଲେ ।

ଏ ନେଇ ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ ରାଉତରାୟ କହିଥିଲେ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଥିଲେ ମନ୍ମଥ ରାଉତ ରାୟ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମଧ୍ୟ କହିଥିଲେ ମନ୍ମଥ ।

ତେବେ ଏ ଘୋଷଣା ପରେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ଏବେ ପ୍ରଶ୍ନବାଚୀ । କଂଗ୍ରେସ ଖରାପ ପ୍ରଦର୍ଶନ କରିଥିବାରୁ ସେ ଏହି ନିଷ୍ପତି ନେଇଥାଇ ପାରନ୍ତି ।

ଯଦି ମନ୍ମଥଙ୍କୁ ବିଜେଡି ଟିକେଟ ଦିଏ । ତେବେ ବିଭୂତି ବଳବନ୍ତ ରାୟ କେଉଁଠି ଠିଆ ହେବେ ସେ ନେଇ ବି ପ୍ରଶ୍ନ ? ବିଭୂତି ଖୋର୍ଦ୍ଧାରୁ ଠିଆ ହୋଇପାରନ୍ତି ବୋଲି କୁହାଯାଉଛି । ସେପଟେ ଯଦି ବିଜେପି ଟିକେଟରୁ ମନ୍ମଥ ଠିଆ ହେବେ ତେବେ ଲୁଲୁ ବଡଜେନାଙ୍କ ରାଜନୈତିକ କ୍ୟାରିଅରକୁ ନେଇ ପ୍ରଶ୍ନ ? ଏହାରି ଭିତରେ ସମୟ କହିବ କୁଆଡେ କୋଉ ପାଣି ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+